Categories: ଖେଳ

ସନ୍ୟାସ ଘୋଷଣା କଲେ ପେଜ୍‌

ନୂଆଦିଲ୍ଲୀ,୧୧।୬: ଭାରତ ସମେତ ସମଗ୍ର ବିଶ୍ୱର ଡବ୍ଲ୍ୟୁଡବ୍ଲ୍ୟୁଇ ପ୍ରଶଂସକଙ୍କ ପାଇଁ ନିରାଶାଜନକ ଖବର ସାମ୍ନାକୁ ଆସିଛି। ମହିଳା ସୁପରଷ୍ଟାର ରେସଲର ତଥା ଦୁଇଥରର ଡବ୍ଲ୍ୟୁଡବ୍ଲ୍ୟୁଇ ଚାମ୍ପିୟନ ପେଜ୍‌ ଅବସର ଘୋଷଣା କରିଛନ୍ତି। ଜୁଲାଇ ୭ରେ ଚୁକ୍ତିନାମା ଶେଷ ହେବା ପରେ ପେଜ୍‌ ଡବ୍ଲ୍ୟୁଡବ୍ଲ୍ୟୁଇ ଛାଡ଼ି ଦେବ। ୨୯ ବର୍ଷୀୟ ପେଜ୍‌ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ଜୁଲାଇ ୭ ଡବ୍ଲ୍ୟୁଡବ୍ଲ୍ୟୁଇ ସହ ମୋର ଶେଷ ଦିନ ହେବ। କମ୍ପାନୀ ମୋତେ ଯେଉଁ ର୍‌ଅବସର ଦେଇଛି, ତା ପାଇଁ ମୁଁ ସର୍ବଦା ଋଣୀ ରହିବି। ମୁଁ ସେହି କମ୍ପାନୀକୁ ପ୍ରଶଂସା କରିବି, ଯିଏ ୧୮ ବର୍ଷୀୟ ବ୍ରିଟିଶ ଝିଅକୁ ସୁଯୋଗ ଦେଇଥିଲା। କମ୍ପାନୀ ମୋତେ ସାରା ଜୀବନ ଲାଗି ସୁଯୋଗ ଦେଇଥିଲା ଏବଂ ମୋତେ ଏକ ସୁପରଷ୍ଟାର ଭଳି ଅନୁଭବ କରାଇଥିଲା। ହେଲେ ମୋ ବେକରେ ଆଘାତ ଲାଗିବା ମୋତେ ରିଂରୁ ବାହାର କରିଦେଇଥିଲା। ଏଭଳିସ୍ଥିତିରେ ଆଗାମୀ ଯାତ୍ରା ଜାରି ରଖିବା କଠିନ ହେବ। ଡବ୍ଲ୍ୟୁଡବ୍ଲ୍ୟୁଇ ୟୁନିଭର୍ସକୁ ଧନ୍ୟବାଦ’ ବୋଲି ପେଜ୍‌ ଟୁଇଟ୍‌ କରି କହିଛନ୍ତି।

Share