Categories: ଫୁରସତ

‘ନାଟୁ-ନାଟୁ’ ଗୀତର ତାଳେ ତାଳେ ନାଚିଲେ ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର୍‌; ରିଙ୍ଗ୍‌ରେ ଦେଖିବାକୁ ମିଳିଲା…

ଦୀର୍ଘ ୬ ବର୍ଷର ଅପେକ୍ଷା ପରେ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା ଡବ୍ଲ୍ୟୁଡବ୍ଲ୍ୟୁଇ। ଏଠାରେ ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ସ୍ପେକ୍ଟାକେଲ ନାମକ ଏକ ରୋମାଞ୍ଚକ ମୁକାବିଲା ଖେଳାଯାଇଥିଲା, ଯାହାକି ଆକ୍ସନ, ଡ୍ରାମା, ଡ୍ୟାନ୍ସରେ ଭରପୂର ଥିଲା। ଏବେ ଏହି କାର୍ଯ୍ୟକ୍ରମର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ରେସ୍‌ଲରମାନେ ନାଟୁ-ନାଟୁ ଗୀତରେ ନାଚୁଥିବା ଦେଖାଯାଉଛି।
ଇନଷ୍ଟାଗ୍ରାମରେ ଏପିକରେସଲିଂମୋମେଣ୍ଟସ୍‌ ନାମକ ଆକାଉଣ୍ଟରୁ ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାରମାନଙ୍କର ଏସଏସ୍‌ ରାଜାମୌଲିଙ୍କ ବ୍ଲକବଷ୍ଟର ଆର୍‌ଆର୍‌ଆର୍‌ ଗୀତରେ ନାଚୁଥିବାର ଭିଡିଓ ଶେୟାର କରାଯାଇଛି। ଏହା ବେଶ ମଜାଦାର ଥିଲା ବୋଲି କ୍ୟାପଶନରେ ଲେଖାଯାଇଛି। ଭିଡିଓଟିକୁ ଏଯାବତ ୬.୧ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। ସେହିଭଳି ଅନେକ ଲୋକ ଏହାକୁ ପସନ୍ଦ କରିବା ସହ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।
ଦେଖନ୍ତୁ ଭିଡିଓ:
Share