ଓପନଏଆଇର ବିକଳ୍ପ ହେବ ଏକ୍ସଏଆଇ: ଏଲନ ମସ୍କ

ସାନ ଫ୍ରାନ୍‌ସିସ୍କୋ,୧୫।୭: ଏଲନ ମସ୍କଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ ଏକ୍ସଏଆଇ ନିଜ ଏଆଇ ମଡେଲକୁ ବିକଶିତ କରିବା ପାଇଁ ଏଆଇ ସଫ୍ଟୱେୟାରରେ ଟେସଲା ସହ କାମ କରିବା ନେଇ ସୂଚନାଦେଇଛନ୍ତି। ଏଥିପାଇଁ ସେ ଟ୍ବିଟରରେ ସାର୍ବଜନୀନ ଟ୍ବିଟ୍‌ ବ୍ୟବହାର କରିବେ। ମସ୍କ ଟ୍ବିଟରର ସ୍ପେସ ଅଡିଓ ଚାଟ ମାଧ୍ୟମରେ ଏସମ୍ପର୍କିତ ସୂଚନା ଦେଇ କହିଛନ୍ତି ଯେ, ସେମାନଙ୍କ କମ୍ପାନୀ ମଧ୍ୟରେ ପାରସ୍ପରିକ ସମ୍ପର୍କ ଲାଭଦାୟକ ହେବ। ଏବଂ ସ୍ବୟଂ ଚାଳନା କ୍ଷମତା ଉପରେ ଟେସଲାର କାର୍ଯ୍ୟକୁ ତ୍ୱରାନିତ କରିପାରିବ। ସେ ଆହୁରି କହିଛନ୍ତି, ଏକ୍ସଏଆଇ ବ୍ରହ୍ମାଣ୍ଡର ପ୍ରତିଟି ଜିନିଷକୁ ଅତି ସହଜରେ ଉପସ୍ଥାପନ କରିବ। ଏହା ଓପନଏଆଇର ବିକଳ୍ପ ଭାବେ ପରିଗଣିତ ହେବ।

Share