ଘଣ୍ଟାଏ ପରେ ସ୍ବାଭାବିକ ହେଲା ‘ଏକ୍ସ’

ଓ୍ବାଶିଂଟନ୍‌,୨୧।୧୨: ମାଇକ୍ରୋ ବ୍ଲଗିଂ ଏକ୍ସ ଘଣ୍ଟାଏ ପରେ ପୁଣି ସ୍ବାଭାବିକ ହୋଇଛି। ଗୁରୁବାର ପୂର୍ବାହ୍ଣ ୧୧ଟାରୁ ଏକ୍ସର ସର୍ଭର ଡାଉନ ଥିଲା। ଯାହାଯୋଗୁ କୌଣସି ଟ୍ବିଟ୍‌ କରିହେଉ ନ ଥିଲା କି ଟ୍ବିଟ୍‌ ଦେଖିହେଉ ନ ଥିଲା। ଘଣ୍ଟାକ ପାଇଁ ୟୁଜର୍ସମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏକ୍ସ ଠପ୍‌ ପଡିଯାଇଥିଲା।

ସୂଚନା ମୁତାବକ, ଏନେଇ ୭୦ହଜାରରୁ ଅଧିକ ୟୁଜର୍ସ ଅଭିଯୋଗ କରିଛନ୍ତି । ଏକ୍ସ ଆପରେ ୬୫ ପ୍ରତିଶତ ସମସ୍ୟା ନେଇ ଅଭିଯୋଗ ଆସିଥିବା ବେଳେ ୨୯ ପ୍ରତିଶତ ଅଭିଯୋଗ ଓ୍ବେବସାଇଟରୁ ଆସିଛି ।

Share