ଗର୍ଲଫ୍ରେଣ୍ଡକୁ ଧରି ଘରକୁ ଫେରିବା ବେଳେ ରୁମ୍‌ରେ ବସିଥିଲେ ଏକ୍ସ, ପରେ ଏମିତି କଲେ ଏହି ଅଭିନେତା

ବଲିଉଡରେ ଜଣେ ଶକ୍ତିଶାଳୀ ଅଭିନେତା ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଡାନି ଡେନଜୋନଗାପା। ଡାନି ଅନେକ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି। ହେଲେ ସେ କେବଳ ଫିଲ୍ମ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଥିଲେ। ତାଙ୍କ ନାମ ୭୦-୮୦ ଦଶକର ସୁନ୍ଦରୀ ଅଭିନେତ୍ରୀ ପରଭିନ ବାବିଙ୍କ ସହ ଯୋଡ଼ା ଯାଇଥିଲା। ଡାନି ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ ତାଙ୍କ ପ୍ରେମରେ ଥିଲେ।
ଏକ ସାକ୍ଷାତକାରରେ ଡାନି ପରଭିନଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ। ସେ କହିଥିଲେ ଯେ, ୪ ବର୍ଷ ମଧ୍ୟରେ ପରଭିନଙ୍କ ସହ ତାଙ୍କର ସମ୍ପର୍କ ଭାଙ୍ଗି ଯାଇଥିଲା। କିନ୍ତୁ ବ୍ରେକଅପ ପରେ ମଧ୍ୟ ସେମାନଙ୍କର ବନ୍ଧୁତା ଅକ୍ଷୁର୍ଣ୍ଣ ରହିଥିଲା। ତେବେ ଥରେ ପରଭିନ ଏପରି କିଛି କରିଥିଲେ ଯାହା ଡାନି ମହେଶ ଭଟ୍ଟଙ୍କ ନିକଟରେ ଅଭିଯୋଗ କରିଥିଲେ।
ପରଭିନଙ୍କ ସହ ବ୍ରେକଅପ୍‌ ପରେ ଡାନିଙ୍କର ଆଉ ଜଣେ ଗର୍ଲଫ୍ରେଣ୍ଡ ଥିଲେ। ଥରେ ଡାନି ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ଘରେ ପହଞ୍ଚିବା ବେଳେ ପରଭିନ ତାଙ୍କ ରୁମରେ ବସି ଫିଲ୍ମ ଦେଖୁଥିବା ଦେଖିବାକୁ ପାଇଥିଲେ। ସେତେବେଳକୁ ଉଭୟଙ୍କ ବ୍ରେକଅପ ହୋଇସାରିଥିଲା। ତେଣୁ ପରଭିନଙ୍କୁ ଘରେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ସେ। ପରଭିନଙ୍କ ଏହି କାର୍ଯ୍ୟ ବିଷୟରେ ସେ ମହେଶ ଭଟ୍ଟଙ୍କ ନିକଟରେ ଅଭିଯୋଗ କରିଥିଲେ।
ଏହାଛଡ଼ା ପରଭିନ ସ୍କିଜୋଫ୍ରେନିଆରେ ପୀଡିତ ଥିଲେ। କାହାକୁ ମଧ୍ୟ ସେ ତାଙ୍କର ଶତ୍ରୁ ବୋଲି ମାନି ନେଉଥିଲେ। ସେ ଅମିତାଭ ବଚ୍ଚନଙ୍କୁ ତାଙ୍କର ଶତ୍ରୁ ବୋଲି ମଧ୍ୟ କହୁଥିଲେ। ଡାନିଙ୍କଠାରୁ ଅଲଗା ହେବା ପରେ ପରଭିନ ମହେଶ ଭଟ୍ଟଙ୍କ ନିକଟତର ହୋଇଥିଲେ। କିନ୍ତୁ ଏହି ସମ୍ପର୍କ ପରଭିନଙ୍କୁ ଏକଲାପଣ ଦୂର କରିପାରି ନ ଥିଲା। ଏକୁଟିଆ ରହି ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା।

Share