ଓ୍ବାଶିଂଟନ,୨୦୯: ମାଇକ୍ରୋବ୍ଲଗିଂ ପ୍ଲାଟ୍ଫର୍ମ ‘ଏକ୍ସ’ (ପୂର୍ବର ଟୁଇଟର) ଖୁବ୍ଶୀଘ୍ର ଏହାର ସମସ୍ତ ବ୍ୟବହାରକାରୀମାନଙ୍କ ପାଇଁ ପେଡ୍ ସାଇଟ୍ ହେବାକୁ ଯାଉଛି। ଅର୍ଥାତ୍ ୟୁଜରମାନଙ୍କୁ ଏଥିପାଇଁ ଅର୍ଥ ପୈଠ କରିବାକୁ ପଡ଼ିବ ବୋଲି ଏହାର ମାଲିକ ଏଲନ୍ ମସ୍କ ନିକଟରେ ସୂଚନା ଦେଇଛନ୍ତି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଆଲୋଚନା ବେଳେ ମସ୍କ ଏହା କହିଛନ୍ତି। ପ୍ଲାଟଫର୍ମରେ ଅନିୟନ୍ତ୍ରିତ ଭାବେ ଦେଖାଦେଇଥିବା ବଟ୍ସ ସମସ୍ୟାର ମୁକାବିଲା ପାଇଁ ଦେୟ ସଂଗ୍ରହ କରିବା ଜରୁରୀ ହୋଇପଡ଼ିଛି ବୋଲି ମସ୍କ କହିଛନ୍ତି।