ନୂଆଦିଲ୍ଲୀ,୧୫ ।୧୦: ଦେଶରେ ମିଳିଛି ଓମିକ୍ରନର ଆଉ ଏକ ସବ ଭାରିଏଣ୍ଟ । ବେଜ୍ଞାନିକମାନେ ଏହାର ନାମ ଏକ୍ସବିବି ରଖିଛନ୍ତି । ଏହା ଓମିକ୍ରନ ସହ ଜଡିତ ସମସ୍ତ ସବ ଭାରିଏଣ୍ଟଠାରୁ ସବୁଠାରୁ ଅଧିକ ଘାତକ ବୋଲି କୁହାଯାଉଛି । ଏବେ ପର୍ଯ୍ୟନ୍ତ ଏହି ସବ ଭାରିଏଣ୍ଟ ଉତ୍ତର ଆମେରିକା, ବାଂଲାଦେଶ ଓ ୟୁରୋପର କିଛି ସ୍ଥାନରେ ଦେଖାଯାଇଥିଲା । ମାତ୍ର କିଛି ମାସ ମଧ୍ୟରେ ଏହା ଦେଶର କିଛି ରାଜ୍ୟରେ ପହଞ୍ଚିଯାଇଛି ।
ଓମିକ୍ରନର ଏହି ସବ ଭାରିଏଣ୍ଟ ଏକ୍ସବିବି ଏବେ ପଶ୍ଚିମବଙ୍ଗ, ଓଡ଼ିଶା, କର୍ନାଟକ, ତାମିଲନାଡୁ, ଗୁଜରାଟ ଓ ରାଜସ୍ଥାନରେ ପହଞ୍ଚିଥିବା କୁହାଯାଉଛି । ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ, ଏବେ ପର୍ଯ୍ୟନ୍ତ ୫୯ ଜିନୋମ ସିକ୍ୱିଏନସିଂ ପରେ ଏକ୍ସବିବି ଭାରିଏଣ୍ଟ ମିଳିଥିବା କୁହାଯାଉଛି । ରୋଗୀଙ୍କ ସଂଖ୍ୟା ଅନୁଯାୟୀ ପ୍ରାୟ ୮୨ ଜଣ କରୋନା ସଂକ୍ରମିତଙ୍କଠାରେ ଏହି ଭାରିଏଣ୍ଟ ଦେଖାଦେଇଛି ।
Posted inକରୋନା ଭାଇରସ୍, ଜାତୀୟ