Categories: ବାଣିଜ୍ୟ

ପ୍ରଭୁଜୀ ପିଓର ଫୁଡ୍‌ର ଏକ୍ସକ୍ଳୁସିଭ ଆଉଟଲେଟ

ଭୁବନେଶ୍ୱର,୧୧।୯: ହଳଦୀରାମ ଭୁଜିଆଓ୍ବାଲା ଲିମିଟେଡର ପ୍ରମୁଖ ବ୍ରାଣ୍ଡ୍‌ ତଥା ସହଯୋଗୀ କମ୍ପାନୀ ପ୍ରଭୁଜୀ ପିଓର ଫୁଡ୍‌ର ଏକ୍ସକ୍ଲୁସିଭ ଆଉଟଲେଟ ଶନିବାର ଭୁବନେଶ୍ୱରର ପଟିଆ (କିଟ୍‌ ଛକ)ରେ ଉଦ୍‌ଘାଟିତ ହୋଇଯାଇଛି।

ବିଶେଷ କରି ସବୁ ବର୍ଗର ଗ୍ରାହକମାନଙ୍କୁ ବ୍ରାଣ୍ଡ୍‌ର ମିଠା ଓ ନମକିନ୍‌ର ଉନ୍ନତ ପ୍ୟାକିଂ ସହିତ ଗୁଣାତ୍ମକ ଏବଂ ସ୍ବଚ୍ଛତାର ଅଭିଜ୍ଞତା ପ୍ରଦାନ କରିବା ପାଇଁ ଏହି ରେଷ୍ଟୁରାଣ୍ଟ କମ ରିଟେଲ୍‌ ଷ୍ଟୋରକୁ ସ୍ବତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଛି। ସେହିଭଳି ଗ୍ରାହକମାନେ ଗୋଟିଏ ଜାଗାରୁ ବିଭିନ୍ନ ପ୍ରକାରର ସାମଗ୍ରୀ ଓ ଉତ୍ତମ ସ୍ବାଦ ସହିତ ମନପସନ୍ଦର ଡିସ୍‌ (ଚାଇନିଜ୍‌, ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଫୁଡ୍‌) ସହିତ ମିଠା, ସ୍ନାକ୍ସ ଏବଂ ଖାଦ୍ୟ ଓ ପାନୀୟ ସମେତ ଭୁଜିଆ, ଚନାଚୁର, ମୁଙ୍ଗଡାଲ, ଆଳୁ ଭୁଜିଆ ଭଳି ଅନ୍ୟାନ୍ୟ ସାମଗ୍ରୀ ଉକ୍ତ ଷ୍ଟୋରରେ ଉପଲବ୍ଧ। ବିଶେଷ କରି ଗ୍ରାହକଙ୍କ ନିକଟରେ ସିଧାସଳଖ ପହଞ୍ଚତ୍ବା ପାଇଁ ପ୍ରଭୁଜୀ ପିଓର୍‌ ଫୁଡ୍‌ର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍‌ ପ୍ରଭୁ ଶଙ୍କର ଅଗ୍ରୱାଲ ଯେଉଁ କଳ୍ପନା କରିଥିଲେ, ତାହା ଏହି ଷ୍ଟୋର ଜରିଆରେ ହୋଇପାରିବ ବୋଲି ଆଶା କରାଯାଉଛି।

ସେହିଭଳି କମ୍ପାନୀର ବିଭିନ୍ନ ଉତ୍ପାଦ ଆଉଟଲେଟ ଜରିଆରେ ଅତି ସହଜରେ ଏବଂ ସିଧାସଳଖ ଗ୍ରାହକଙ୍କ ପାଖରେ ପହଞ୍ଚାଇ ହେବ। ସେହିପରି ଆକର୍ଷଣୀୟ ମୂଲ୍ୟରେ ଅତ୍ୟାଧୁନିକ ଖାଦ୍ୟ ପ୍ରସ୍ତୁତି ପ୍ରଯୁକ୍ତିବିଦ୍ୟା, ଆଧୁନିକୀକରଣ, ସମ୍ପୂର୍ଣ୍ଣ ସ୍ବଚ୍ଛତା ଉପକରଣର ବ୍ୟବହାର, ଅତ୍ୟାଧୁନିକ ପ୍ୟାକେଜିଂ ଏବଂ କ୍ଲିନିକାଲ୍‌ ପରୀକ୍ଷିତ ଉପାଦାନଗୁଡ଼ିକ ସହିତ ଆମ ଉତ୍ପାଦଗୁଡିକ ଗ୍ରାହକଙ୍କୁ ଅତ୍ୟନ୍ତ ସ୍ବାଦିଷ୍ଟ କରିଥାଏ। ଅପରପକ୍ଷରେ ଭୁବନେଶ୍ବରବାସୀ ପ୍ରଭୁଜୀ ଫୁଡ୍‌ର ଏକ ଅନନ୍ୟ ସ୍ବାଦ ପାଇପାରିବେ ବୋଲି ପ୍ରଭୁଜୀ ପିଓର୍‌ ଫୁଡ୍‌ର ସ୍ବତ୍ୱାଧିକାରୀ (ଫ୍ରାଞ୍ଚାଇଜ୍‌ ଷ୍ଟୋର) ଶ୍ୟାମ ଅଗ୍ରୱାଲ୍‌ ଆଶା ପ୍ରକାଶ କରିଛନ୍ତି।

Share