ଭାରତରେ ଏକ୍ସଇ ଭାରିଆଣ୍ଟ

ନୂଆଦିଲ୍ଲୀ,୪ା୫ (ଆଇଏଏନ୍‌ଏସ୍‌): ଭାରତରେ ଏକ୍ସଇ କୋଭିଡ୍‌ ଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଭାରତୀୟ ସାର୍ସ-ସିଓଭି୨ ଜିନୋମିକ୍ସ ସିକ୍ୱେନ୍ସିଂ କନସୋର୍ଟିୟମ (ଆଇଏନ୍‌ଏସ୍‌ଏସିଓଜି) ପକ୍ଷରୁ ପ୍ରକାଶିତ ସଦ୍ୟ ବୁଲେଟିନ୍‌ରେ ଏହା ସ୍ପଷ୍ଟ କରାଯାଇଛି। ଏହା ଉପରେ ଅଧିକ ଅନୁଧ୍ୟାନ କରାଯାଉଛି। ଗତ ୨୫ ତାରିଖରେ ନୂଆ ମାମଲା ଚିହ୍ନଟ ହୋଇଥିଲେ ହେଁ ନିର୍ଦ୍ଦିଷ୍ଟ ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ। ଗତ ସପ୍ତାହରେ ୧୨ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବାବେଳେ ୧୯ ରାଜ୍ୟରେ ଏହା ହ୍ରାସ ପାଉଥିବା ଦେଖାଯାଇଥିଲା। ପୂର୍ବରୁ ବିଏ.୨ର ଦୁଇଟି ଉପବଂଶଜ ବିଏ.୨.୧୦ ଏବଂ ବିଏ.୨.୧୨ ଚିହ୍ନଟ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଭାରତରେ ଏକ୍ସଇ କ୍ଲଷ୍ଟର ରିପୋର୍ଟ ମିଳି ନ ଥିବା ବୁଲେଟିନ୍‌ରେ କୁହାଯାଇଛି।

Share