ବିଆରଆଇରେ ସାମିଲ ହେବାକୁ ବାଇଡେନକୁ ନିମନ୍ତ୍ରଣ ଦେଲେ ଜିନପିଙ୍ଗ

ଓ୍ବାଶିଂଟନ୍‌,୧୬।୧୧: ଚାଇନା ସମଗ୍ର ବିଶ୍ୱରେ ଏହାର ଅର୍ଥନୈତିକ ପ୍ରଭାବ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି ଏବଂ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଏକ ଟ୍ରିଲିୟନ ଡଲାର୍‌ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ପ୍ରୋଜେକ୍ଟ (ବିଆରଆଇ) ଆରମ୍ଭ କରିଛି। ଯେଉଁଥିରେ ଚାଇନା ଅନେକ ଦେଶରେ ବିକାଶମୂଳକ ପ୍ରକଳ୍ପ ନିର୍ମାଣ କରିବାକୁ ଯାଉଛି। ବର୍ତ୍ତମାନ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କର ଆମେରିକୀୟ ପ୍ରତିପକ୍ଷ ଜୋ ବାଇଡେନଙ୍କୁ ଏହି ପ୍ରକଳ୍ପରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଛନ୍ତି। ଏହା ସହିତ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡର (ଆଇଏମ୍‌ଇଇସି) ନାମ ନେଇ ସେ କହିଛନ୍ତି , ଆମେରିକାର ପ୍ରସ୍ତାବିତ ବହୁପକ୍ଷୀୟ ସହଯୋଗ ପଦକ୍ଷେପରେ ଚାଇନା ମଧ୍ୟ ପ୍ରସ୍ତୁତ ଅଛି।

Share