ଜେଲେନ୍‌ସ୍କିଙ୍କୁ ଫୋନ୍‌ କଲେ ଜିନ୍‌ପିଙ୍ଗ୍‌

ବେଜିଂ,୨୭ା୪: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ବୁଧବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଫୋନ୍‌ କରି କଥା ହୋଇଛନ୍ତି। ଆଣବିକ ଯୁଦ୍ଧରେ କେହି ବିଜେତା ହୁଅନ୍ତି ନାହିଁ ବୋଲି ଜିନ୍‌ପିଙ୍ଗ୍‌ ତାଙ୍କୁ ଚେତାଇଦେଇଥିବା ଚାଇନାର ଏକ ସରକାରୀ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ଶାନ୍ତି ପାଇଁ ମଧ୍ୟସ୍ଥତା କରିବାକୁ ବେଜିଂ ଆଗ୍ରହ ପ୍ରକାଶ କରିଥିବାରୁ ଦୁଇନେତାଙ୍କ ଆଲୋଚନା ଉପରେ ବିଶ୍ୱର ନଜର ରହିଥିଲା। ସୂଚନାନୁସାରେ ଜିନ୍‌ପିଙ୍ଗ୍‌ ସରକାର ୟୁକ୍ରେନ୍‌କୁ ରାଜନୈତିକ ସମାଧାନ ପାଇଁ ଜଣେ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ପଠାଇବ। ପ୍ରକାଶ ଯେ, ୨୦୨୦ ଫେବୃୟାରୀରେ ମସ୍କୋର ୟୁକ୍ରେନ୍‌ ଆକ୍ରମଣକୁ ଚାଇନା ସମାଲୋଚନା କରିବା ପରିବର୍ତ୍ତେ ନିରପେକ୍ଷ ରହିବାକୁ ଉଚିତ ମଣିଥିଲା। ନିକଟରେ ଜିନ୍‌ପିଙ୍ଗ୍‌ ମସ୍କୋ ଗସ୍ତକରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ଆଲୋଚନା କରିଥିଲେ। ଗତ ଫେବୃୟାରୀରେ ଚାଇନା ଅସ୍ତ୍ରବିରତି ଓ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା।

Share