ତୃତୀୟ ଥର କାର୍ଯ୍ୟଭାର ସମ୍ଭାଳିବା ପରେ ସେନା ଉପରେ ନିୟନ୍ତ୍ରଣ ରଖୁଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ, ଯୁଦ୍ଧ ପ୍ରସ୍ତୁତି ଉପରେ ଦେଉଛନ୍ତି ଗୁରୁତ୍ୱ

ବେଜିଂ,୧୦ ।୧୨: ଚାଇନା କମ୍ୟୁନିଷ୍ଟ ପାର୍ଟିର ୨୦ ତମ ରାଷ୍ଟ୍ରୀୟ କଂଗ୍ରେସର ତୃତୀୟ କାର୍ଯ୍ୟକାଳ ପାଇଁ ଶାସନ କ୍ଷମତା ହାସଲ କରିବା ପରେ ରାଷ୍ଟ୍ରପତି ସି ଜନପିଙ୍ଗ ସେନା ଉପରେ ସମ୍ପୁର୍ଣ୍ଣ ନିୟନ୍ତ୍ରଣ କରି ନେଇଛନ୍ତି । ମିଡିଆ ରିପୋର୍ଟରେ ଦାବି କରାଯାଇଛି କି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏହା ସୁନିଶ୍ଚିତ କରିଛନ୍ତି କି ପିପୁଲ୍‌ସ ଲିବରେଶନ ଆର୍ମି(ପିଏଲଏ)ଯୁଦ୍ଧ ପ୍ରସ୍ତୁତି ଉପରେ ନିଜର ଶକ୍ତି କେନ୍ଦ୍ରିତ କରିବା ସହ ନିଜ କ୍ଷମତାକୁ ମଜଭୁତ କରୁ । ଏହା ବ୍ୟତୀତ ରାଷ୍ଟ୍ରପତି ସି ଜିନପିଙ୍ଗ ପିଏଲଏକୁ ‘ନୂଆ ଯୁଗ’ରେ ମିଶନ ଓ କାର୍ଯ୍ୟକୁ ପ୍ରଭାବି ଢଙ୍ଗରେ ଶେଷ କରିବାକୁ କହିଛନ୍ତି ।
ମିଡିଆ ରିପୋର୍ଟ ଅନୁଯାୟୀ, ଚାଇନା ସଶସ୍ତ୍ର ବଳ ସି ଜିନପିଙ୍ଗଙ୍କ ପ୍ରତି ବିଶ୍ୱାସୀ ହୋଇ ରହିବା ଓ ତାଙ୍କ ନେତୃତ୍ୱକୁ ସମର୍ଥନ ଓ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାଇନା ରାଷ୍ଟ୍ରପତି ପିଏଲଏରୁ ଯୁଦ୍ଧର ପ୍ରଭାବକୁ ଏକମାତ୍ର ମୌଳିକ ମାନକର ପାଳନ କରିବା, ଯୁଦ୍ଧ ଉପରେ ସମ୍ପୂର୍ଣ୍ଣ ଶକ୍ତି କେନ୍ଦ୍ରୀତ କରିବା, ବିଜୟ ହାସଲ କରିବାର କ୍ଷମତାରେ ଶୀଘ୍ର ସୁଧାର ଆଣିବା ଓ ରାଷ୍ଟ୍ରୀୟ ସଂପ୍ରଭୁତା, ସୁରକ୍ଷା, ବିକାଶ ହିତର ରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି ।

Share