ଭିଡିଓ କଲ୍‌ରେ ଜିନ୍‌ପିଙ୍ଗ୍‌ଙ୍କୁ ଚେତାବନୀ ଦେଲେ ବାଇଡେନ

ଓ୍ବାଶିଂଟନ୍‌/ବେଜିଂ,୧୯।୩: ୟୁକ୍ରେନ ଓ ରୁଷିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସହ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ସମୟରେ ବାଇଡେନ ଜିନ୍‌ପିଙ୍ଗ୍‌ଙ୍କୁ ଏକପ୍ରକାର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଚାଇନାର ସମର୍ଥନ ପରେ ରୁଷିଆ ୟୁକ୍ରେନର ସହରଗୁଡ଼ିକରେ ଆକ୍ରମଣ କରେ ତେବେ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ଆଲୋଚନା ଚାଲିିଥିଲା। ଏହି ସମୟରେ ଉଭୟ ନେତା ୟୁକ୍ରେନ ଉପରେ ବେଆଇନ ଭାବେ ଆକ୍ରମଣ ବାବଦରେ ଆଲୋଚନା କରିଥିଲେ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ଏଥିସହ ଆମେରିକା-ଚଇନାର ସମ୍ପର୍କ ଅର୍ନ୍ତରାଷ୍ଟ୍ରୀୟ ସଙ୍କଟ ଉପରେ ଉଭୟ ଆଲୋଚନା କରିଥିଲେ। ଏତଦ୍‌ ବ୍ୟତୀତ ରୁଷିଆକୁ ଚାଇନା ଯଦି ପ୍ରତ୍ୟେକ୍ଷ ସମର୍ଥନ କରେ ତେବେ ଏହାର ଗମ୍ଭୀର ପରିମାଣ ଭୋଗିବାକୁ ପଡ଼ିବ। ଯାହା କେବଳ ସଂଯୁକ୍ତ ରାଜ୍ୟ ଆମେରିକା ସହ ଚାଇନାର ସମ୍ପର୍କ ବରଂ ଏହା ସାରା ବିଶ୍ୱ ଉପରେ ଖରାପ୍‌ ପ୍ରଭାବ ପକାଇବ ବୋଲି ବାଇଡେନ କହିଛନ୍ତି।

Share