୧୫ ଲକ୍ଷରୁ ଅଧିକ ବନ୍ଦୀ, ୧୦୦ ଫୁଟରେ ଗାର୍ଡ: ପୁଣିଥରେ ଦେଖିବାକୁ ମିଳିଲା ଜିନପିଙ୍ଗଙ୍କ ଦବଦବା

ବେଜିଂ,୧୮ ।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆଉ ଏକ କାର୍ଯ୍ୟକାଳ ପାଇବାକୁ ସଫଳ ହୋଇଛନ୍ତି । ମାଓତ୍ସୁ ତୁଙ୍ଗଙ୍କ ପରେ ନିଜକୁ ଚାଇନାର ସବୁଠାରୁ ଶକ୍ତିଶାଳୀ ନେତା ଭାବେ ପ୍ରତିଷ୍ଠିତ କରିବାକୁ ଜିନପିଙ୍ଗ ସମସ୍ତ ପ୍ରସ୍ତୁତ କରି ସାରିଲେଣି । ଏହାସହ ଅଧିକାରୀମାନେ ବି କୌଣସି ଦିଗକୁ ଢିଲା ଦେଇ ନାହାନ୍ତି ସବୁକିଛି ଯୋଜନାବନ୍ଧ ଭାବେ ଚାଲିଛି । ତେବେ ଅଧିକାରୀମାନେ କେତେ ପ୍ରସ୍ତୁତ ତାହାବି ଅନୁମାନ କରାଯାଇଛି । ୨୦ ତମ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ ରବିବାର ଆରମ୍ଭ ହେବା ସହ ଶହ ଶହ ସ୍ୱୟଂସେବକ ବେଜିଂ ସଡ଼କରେ ମୋର୍ଚ୍ଚ ସମ୍ଭାଳି ନେଇଥିଲେ ଫଳରେ କୌଣସି ପ୍ରକାର ବିରୋଧକୁ ଚପାଇ ଦିଆଯାଇପାରେ ।
ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ସ୍ୱେଚ୍ଛାସେବୀମାନଙ୍କୁ ୧୦୦ ଫ୍ରୁଟ କିମ୍ବା ତା’ଠାରୁ ଅଧିକ ଦୂରରେ ରଖାଯାଇଥିଲା, ଫଳରେ ଯେ କୌଣସି ବିପଦକୁ ତୁରନ୍ତ ହଟାଇ ଦିଆଯାଇ ପାରିବ । ରିପୋର୍ଟରେ କୁହାଯାଇଛି କି କୁମ୍ୟନିଷ୍ଟ ପାର୍ଟି କଂଗ୍ରେସର ଆୟୋଜନ ସମୟରେ ବେଜିଂକୁ ଯେଭଳି ଭାବେ କିଲାରେ ପରିଣତ କରାଯାଇଥିଲା, ଏଥିରୁ ଅନୁମାନ କରାଯାଉଛି କି ୫ ବର୍ଷରେ ସେ କ’ଣ କରିଛନ୍ତି । ଗତ ମାସରେ ଜଣେ ଅଧିକାରୀ ପ୍ରକାଶ କରିଥିଲେ କି ଜୁନ ଶେଷରୁ ଆମେ ଜାତୀୟ ସ୍ତରରେ ୧.୪ ମିଲିୟନରୁ ଅଧିକ ଅପରାଧିଙ୍କୁ ଗିରଫ କରିଛୁ । ଏହି ଲୋକମାନଙ୍କୁ କୌଣସି ପ୍ରକାରେ ସରକାରଙ୍କ ବିରୋଧରେ ଦେଖାଯାଇଥିଲା ।

Share