ବାଇଡେନଙ୍କ ମନ୍ତବ୍ୟକୁ ନେଇ ଜିନ୍‌ପିଙ୍ଗ୍‌ ଖପ୍ପା

ବେଜିଂ,୨୧ା୬: ଚାଇନା ରାଷ୍ଟ୍ରପତି ଶି’ ଜିନ୍‌ପିଙ୍ଗଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଭିଯୋଗ ଉପରେ ଚାଇନା ପ୍ରତିକ୍ରିୟାଶୀଳ ହୋଇଉଠିଛି।

ବୁଧବାର ବାଇଡେନଙ୍କ ମନ୍ତବ୍ୟ ଉପରେ ବେଜିଂ ପ୍ରତିକ୍ରିୟା ଦେଇଛି। ବେଜିଂ ବାଇଡେନଙ୍କ ପ୍ରତିକ୍ରିୟାକୁ ଏକ ଖୋଲା ରାଜନୈତିକ ଉତ୍ତେଜନା ବୋଲି କହିଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ ଏକ ବୈଠକରେ କହିଛନ୍ତି, ଆମେରିକା ପକ୍ଷରୁ ସମ୍ପୃକ୍ତ ମନ୍ତବ୍ୟ ଅତ୍ୟନ୍ତ ଅବୈଧ ଏବଂ ଦାୟିତ୍ୱହୀନ। ସେମାନେ ମୌଳିକ ତଥ୍ୟ, କୂଟନୈତିକ ପ୍ରୋଟୋକଲ ଏବଂ ଚାଇନାର ରାଜନୈତିକ ସମ୍ମାନକୁ ଗୁରୁତର ଭାବରେ ଉଲ୍ଲଂଘନ କରୁଛନ୍ତି। ସେ କହିଛନ୍ତି, ଚାଇନା ଏଥିରେ ସମ୍ପୂର୍ଣ୍ଣ ଅସନ୍ତୁଷ୍ଟ ଏବଂ ଏହାକୁ ଦୃଢ଼ ବିରୋଧ କରୁଛି।

Share