୧୫ ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ଜିନପିଙ୍ଗ

ବେଜିଂ,୧୮।୮: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସପ୍ତାହରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ହେବାକୁ ଥିବା ୧୫ ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ଏବଂ ଅଗଷ୍ଟ ୨୧ରୁ ୨୪ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ। ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନାୟିଙ୍ଗ ଏହି ସୂଚନା ଦେଇଛନ୍ତି।

ମୁଖପାତ୍ର ହୁଆ ଚୁନାୟିଙ୍ଗ ଏକ ବୟାନରେ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କ ନିମନ୍ତ୍ରଣରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ହେବାକୁ ଥିବା ୧୫ ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ। ଚଳିତ ବର୍ଷ ମାର୍ଚ୍ଚରେ ରୁଷିଆ ଯାତ୍ରା ପରେ ଏହା ଜିନପିଙ୍ଗଙ୍କ ଦ୍ୱିତୀୟ ଅନ୍ତର୍ଜାତୀୟ ଗସ୍ତ ହେବ। ଚାଇନା ରାଷ୍ଟ୍ରପତି ଏହା ପୂର୍ବରୁ ୨୦୧୮ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥଲେ।

Share