ସି ଜିନ୍‌ପିଙ୍ଗ୍‌ଙ୍କ ରୁଷିଆ ଯାତ୍ରା

ବେଜିଂ,୨୦ା୩: ରୁଷିଆ ପ୍ରଧାନମନ୍ତ୍ରୀ ଭ୍ଲାଡିମିର ପୁଟିନଙ୍କ ନିମନ୍ତ୍ରଣରେ ମାର୍ଚ୍ଚ ୨୦ରୁ ୨୨ପର୍ଯ୍ୟନ୍ତ  ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷିଆ ଗସ୍ତ କରିବେ। ଏହା ବନ୍ଧୁତ୍ୱର ଯାତ୍ରା, ସହଯୋଗର ଯାତ୍ରା ଏବଂ ଶାନ୍ତିର ଯାତ୍ରା, ଯାହା ଚାଇନା ଏବଂ ରୁଷିଆ ମଧ୍ୟରେ ବ୍ୟାପକ ରଣନୈତିକ ସହଯୋଗୀ ଭାଗିଦାରୀର ଏକ ନୂତନ ଯୁଗ ଆରମ୍ଭ କରିବ।

ୟୁକ୍ରେନରୁ ହଜାର ହଜାର ଶିଶୁ ଅପହରଣ ପାଇଁ ପୁଟିନ ବ୍ୟକ୍ତିଗତ ଭାବେ ଦାୟୀ ବୋଲି ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଘୋଷଣା କରିଛି। ୟୁକ୍ରେନକୁ ଯୁଦ୍ଧ ଅପରାଧରେ ଦୋଷୀ ସାବ୍ୟସ୍ତ କରିବା ପରେ ଚାଇନା ନେତା ସି ଜିନପିଙ୍ଗ ମସ୍କୋରେ ପୁଟିନଙ୍କୁ ଭେଟିବେ। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଚାଇନା ନିଜକୁ ବିଶ୍ୱ ଶକ୍ତି ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରିବ।

Share