Categories: ବାଣିଜ୍ୟ

ସାଓମିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୩।୬: ସାଓମି ଇଣ୍ଡିଆର ନୂତନ ଉତ୍ପାଦ ସାଓମି ପ୍ୟାଡ୍‌-୬ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଏହାର ଅତ୍ୟାଧୁନିକ ୱାୟାରଲେସ୍‌ ଇୟରବଡ୍‌-ରେଡ୍‌ମି ବଡ୍‌ସ ୪ ଆକ୍ଟିଭ୍‌ର ମଧ୍ୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଫ୍ଲାଗ୍‌ଶିପ୍‌ କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ ୮୭୦ ପ୍ରୋସେସର ଦ୍ୱାରା ପରିଚାଳିତ ସାଓମି ପ୍ୟାଡ୍‌ ୬ରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ସହ ୧୧ଇଞ୍ଚ ଡିସ୍‌ପ୍ଲେ, ପ୍ରତ୍ୟେକ ଦୃଶ୍ୟକୁ ସାର୍ପ ଓ କ୍ଲିଅର କରୁଥିବା ପ୍ରତି ଇଞ୍ଚ ୩୦୯ ପିକ୍ସେଲ ସହିତ ୨.୮କେ ରିଜୋଲ୍ୟୁଶନ, ସେଗ୍‌ମେଣ୍ଟ ଲିଡିଂ ୧୪୪ ଏଚ୍‌ଜେଡ୍‌ ରିଫ୍ରେଶ୍‌ ରେଟ୍‌ ସହିତ ଆସୁଛି। ଏ ସମ୍ପର୍କରେ ସାଓମି ଇଣ୍ଡିଆର ଚିଫ୍‌ ମାର୍କେଟିଂ ଅଫିସର ଅନୁଜ ଶର୍ମା କହିଛନ୍ତି, ଗତ ବର୍ଷ ସାଓମି ପ୍ୟାଡ୍‌-୫ ସହିତ ଆମେ ଟାବ୍‌ଲେଟ୍‌ ବର୍ଗରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲୁ। ଏହି ଟାବ୍‌ଲେଟ୍‌ ସୃଜନଶୀଳତା ଓ ଉପଯୋଗିତା ବୃଦ୍ଧି କରିବା ସହ ତ୍ରୁଟିହୀନ ସଂଯୋଗ ଓ ଉତ୍କଷ୍ଟ ପ୍ରଦର୍ଶନ ଦ୍ୱାରା ପରିଚାଳିତ ଏକ ସମ୍ପୂର୍ଣ୍ଣ ଉପଭୋକ୍ତା ଅନୁଭୂତି ପ୍ରଦାନ କରିବାର ଆମର ପ୍ରତିଶ୍ରୁତି ଉପରେ ନିର୍ମିତ ଅଟେ।

Share