କୋଣାର୍କ,୨୬।୧୧(ଡି.ଏନ୍.ଏ.): ଚନ୍ଦ୍ରଭାଗା ନିଷିଦ୍ଧାଞ୍ଚଳରେ ଶନିବାର ଚଢ଼ାଉ କରାଯାଇଛି। ମତ୍ସ୍ୟ ବିଭାଗ, ମେରାଇନ ପୋଲିସ ଓ ବନବିଭାଗ ଦ୍ୱାରା ହୋଇଥିବା ଏହି ମିଳିତ ଚଢାଉରେ ଏକ ଟ୍ରଲର ସହ ପ୍ରାୟ ୫ କୁଇଣ୍ଟାଲ ମାଛ ଜବତ ହୋଇଛି। ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଅସ୍ତରଙ୍ଗ, ଚନ୍ଦ୍ରଭଗା ସମୁଦ୍ର ଉପକୂଳରେ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକଣା ମଧ୍ୟରେ ଟ୍ରଲର ଧରି ମାଛ ମାରୁଥିବା ନେଇ ଚଢ଼ାଉ କରାଯାଇଛି।