Categories: ଜାତୀୟ

କୁମାର ବିଶ୍ୱାସଙ୍କୁ ଓ୍ବାଇ-ଶ୍ରେଣୀ ସୁରକ୍ଷା…

ନୂଆଦିଲ୍ଲୀ,୧୯।୨ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ପୂର୍ବତନ ନେତା କୁମାର ବିଶ୍ୱାସଙ୍କୁ ଓ୍ବାଇ-ଶ୍ରେଣୀ ସୁରକ୍ଷା ପ୍ରଦାନ କରିଛନ୍ତି। ଏଣିକି ସିଆର୍‌ପିଏଫ୍‌ ପକ୍ଷରୁ କୁମାର ବିଶ୍ୱାସଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯିବ। କୁମାର ଏଏପି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁମାରଙ୍କୁ ସୁରକ୍ଷା ଯୋଗାଇ ଦେବା ନେଇ ସମୀକ୍ଷା କରାଯାଇଥିଲା।

ସମୀକ୍ଷା ଏବଂ ଗୋଇନ୍ଦା ବିଭାଗ ସୂଚନା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ଘୋଷଣା କରାଯାଇଛି। ଓ୍ବାଇ-ଶ୍ରେଣୀ ସୁରକ୍ଷା ଅନ୍ତର୍ଗତ କୁମାରଙ୍କୁ ୧୧ ଜଣ ସୁରକ୍ଷାକର୍ମୀ ଯୋଗାଇ ଦିଆଯିବ। ସେଥିମଧ୍ୟରେ ୨ ଜଣ ପିଏସ୍‌ଓ(ବ୍ୟକ୍ତିଗତ ସୁରକ୍ଷାକର୍ମୀ) ମଧ୍ୟ ରହିବେ।

Share