Categories: ଜାତୀୟ

୧୫ ବିଦ୍ରୋହୀ ବିଧାୟକଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ,୨୬।୬: ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଧେଙ୍କ କ୍ୟାମ୍ପ୍‌ର କେତେଜଣ ବିଧାୟକଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା ପରେ କେନ୍ଦ୍ର ସରକାର ୧୫ ବିଦ୍ରୋହୀ ବିଧାୟକଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା ଯୋଗାଇ ଦେଇଛନ୍ତି। ତେବେ ଏହି ତାଲିକାରେ ସେମାନଙ୍କ ନେତା ସିନ୍ଧେଙ୍କ ନାଁ ନ ଥିବା ଜଣାପଡ଼ିଛି। ଓ୍ବାଇ ସୁରକ୍ଷା ବ୍ୟବସ୍ଥାରେ ଜଣେ କିମ୍ବା ଦୁଇଜଣ କମାଣ୍ଡୋଙ୍କ ସମେତ ସିଆର୍‌ପିଏଫ୍‌ ଯବାନ ସମ୍ପୃକ୍ତ ବିଧାୟକମାନଙ୍କ ଘର ବାହାରେ ଜଗି ରହିବେ। ଇତିମଧ୍ୟରେ ଠାଣେ, ଡୋମ୍ବିଭଲି, କଲ୍ୟାଣ ଏବଂ ଉଲାସନଗରରେ ଥିବା ସିନ୍ଧେ କ୍ୟାମ୍ପ୍‌ର ସମସ୍ତ ଅଫିସକୁ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି।

Share