ଯଦୁମଣି ହେଲେ ଜିଲା କଂଗ୍ରେସ ଓବିସି ବିଭାଗ ଅଧ୍ୟକ୍ଷ

କେନ୍ଦୁଝର,୭।୧୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ଯଦୁମଣି ବାରିକ ପୁଣି ଜିଲା କଂଗ୍ରେସ ପଛୁଆବର୍ଗ ବିଭାଗ ଅଧ୍ୟକ୍ଷ ଭାବେ ମନୋନୀତ ହେଇଛନ୍ତି। ଯଦୁମଣି ପୂର୍ବରୁ ଯୋଡ଼ା ବ୍ଲକର ଭଦ୍ରାସାହି ପଞ୍ଚାୟତ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ସେ ପିସିସି ସଦସ୍ୟ ଅଛନ୍ତି।

ଆଗରୁ ଯଦୁମଣି ଯୋଡ଼ା ବ୍ଲକ ଯୁବ କଂଗ୍ରେସ ସଭାପତି, ଯୋଡ଼ା ବ୍ଲକ କଂଗ୍ରେସ ସଭାପତି, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଓ ଉପସଭାପତି ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଚମ୍ପୁଆ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ଲଢି ଥିଲେ।

ନିଯୁକ୍ତିରେ ପରେ ଯଦୁମଣି ପୂର୍ବତନ ପିସିସି ସଭାପତି ତଥା ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଡ଼ଃ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଅଖିଳ ଭାରତୀୟ କଂଗ୍ରେସ ପଛୁଆବର୍ଗ ବିଭାଗ ଅଧ୍ୟକ୍ଷ କ୍ୟାପଟେନ ଅଜୟ ସିଂହ ଯାଦବ, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଓଡ଼ିଶା ପ୍ରଦେଶ କଂଗ୍ରେସ ପଛୁଆବର୍ଗ ବିଭାଗ ଅଧ୍ୟକ୍ଷ ବିଜୟାନନ୍ଦ ଚାଉଳିଆ ଏବଂ କେନ୍ଦୁଝର ଜିଲା କଂଗ୍ରେସ ସଭାପତି ମୋହନ ପରିଡାଙ୍କୁ କୃତଜ୍ଞତା ଜଣାଇଛନ୍ତି।