Categories: ଜାତୀୟ

ବନ୍ଦ ହେଲା ୟାହୁର ନ୍ୟୁଜ ୱେବସାଇଟ୍‌

ନୂଆଦିଲ୍ଲୀ,୨୬।୮: ଭାରତରେ ୟାହୁ ତା’ର ନ୍ୟୁଜ ୱେବସାଇଟ୍‌ ଗୁରୁବାର ବନ୍ଦ କରିଦେଇଛି। ଏଗୁଡ଼ିକ ମଧ୍ୟରେ ୟାହୁ ନ୍ୟୁଜ, ୟାହୁ କ୍ରିକେଟ ଫାଇନାନ୍ସ, ଏଣ୍ଟରଟେନମେଣ୍ଟ ଓ ମେକର୍ସ ଇଣ୍ଡିଆ ରହିଛି । କିନ୍ତୁ ୟାହୁ ଇ-ମେଲ ଓ ସର୍ଚ୍ଚ ସେବା ପୂର୍ବ ଭଳି ଜାରି ରହିବ ବୋଲି ୟାହୁ ୱେବସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ବିଦେଶୀ କମ୍ପାନୀଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ନୋଟିସରେ ଦର୍ଶାଇଛି ୟାହୁ । ଏହି ଅବସରରେ ୨ ଦଶନ୍ଧି ଧରି ଭାରତର ୟୁଜର୍ସଙ୍କ ସହଯୋଗ ନେଇ ଧନ୍ୟବାଦ ଜଣାଇଛି।

Share