Categories: ବାଣିଜ୍ୟ

ପାହାଳରେ ୟାମାହାର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୪।୮(ଅଭୟ ଦାଶ): ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ‘ୟାମାହା ମୋଟର ଇଣ୍ଡିଆ’ର ଆଉ ଏକ ଏକ୍ସକ୍ଲୁସିଭ ଆଉଟଲେଟ ରବିବାର ଭୁବନେଶ୍ୱର ନିକଟସ୍ଥ ପାହାଳଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଇଷ୍ଟର୍ନ ଇଣ୍ଡିଆରେ ଏହା ସର୍ବବୃହତ ୟାମାହା ଦୁଇ ଚକିଆ ଗାଡି ଶୋ’ରୁମ୍‌ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ମାନୋର ଏଣ୍ଟରପ୍ରାଇଜେସ୍‌ ପ୍ରାଇଭେଟ ଲିମିଟେଡର ଅଗ୍ରଣୀ ସଂସ୍ଥା ‘ଟର୍କ ମୋଟର୍ସ’ ଆନୁକୂଲ୍ୟରେ ୟାମାହା ଦୁଇ ଚକିଆ ଗାଡି ଶୋ’ରୁମ୍‌ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ୧୩,୦୦୦ ବର୍ଗଫୁଟ ଜମିରେ ଗଢ଼ି ଉଠିଥିବା ଏହି ସର୍ବବୃହତ ଶୋ’ରୁମରେ ୟାମାହାର ସମସ୍ତ ସାଧାରଣ ବାଇକଠାରୁ ଆରମ୍ଭ କରି ପ୍ରିମିୟମ ବାଇକ ଏବଂ ସ୍କୁଟର ଉପଲବ୍ଧ। ଅପରପକ୍ଷରେ ଗାଡି ବିକ୍ରି ସହିତ ବିକ୍ରି ପରବର୍ତ୍ତୀ ସେବା ସହ ଅତ୍ୟାଧୁନିକ ସୁବିଧା ଉକ୍ତ ଶୋ’ରୁମ୍‌ରେ ଉପଲବ୍ଧ ରହିଥିବାବେଳେ ଉଭୟ ବିକ୍ରି ଏବଂ ଅନ୍ୟାନ୍ୟ ସେବା ପାଇଁ ଆବଶ୍ୟକତାରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେହିପରି ଶୋ’ରୁମରେ ଆଧୁନିକ ବାଇକ୍‌ ଏବଂ ୟାମାହା ସ୍କୁଟର ସହିତ ସମସ୍ତ ପ୍ରକାରର ୟାମାହା ଆନୁଷଙ୍ଗିକ ପାର୍ଟସର ବ୍ୟାପକ ସମ୍ଭାର ସହ ଗ୍ରାହକଙ୍କୁ ସମୟାନୁବର୍ତ୍ତିତ ସେବା ଓ ସର୍ଭିସ ଯୋଗାଇ ଦେବାକୁ ଶୋ’ରୁମ ଲକ୍ଷ୍ୟ ରଖିଛି। ଏହି ପରିପ୍ରେକ୍ଷୀରେ ଟର୍କ ମୋଟର୍ସ ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ମାନୋର ଏଣ୍ଟରପ୍ରାଇଜେସ୍‌ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ରିନା ବିଶ୍ବାଳ, ଜିଏମ୍‌ ଶ୍ରୀମନ୍ତ ସାମନ୍ତ, ଟର୍କ ମୋଟର୍ସର ଏମ୍‌ଡି ଶ୍ରୀତେଜ ବିଶ୍ବାଳ,ଜିଏମ୍‌ ଶ୍ରୀମନ୍ତ ସାମନ୍ତ, ଟର୍କ ମୋଟର୍ସ ଜିଏମ୍‌ ସୁଜିତ ଧଳ, କର୍ପୋରେଟ୍‌ ପରଚେଜ୍‌ ହେଡ୍‌ ବିକାଶ ଚନ୍ଦ୍ର ମିଶ୍ର ଏବଂ ଫାଇନାନ୍ସ ହେଡ ରବୀନ୍ଦ୍ରନାଥ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଉଭୟ ଶୋ’ରୁମ ଓ କାରବାର ଏବଂ ସେବା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଅପରପକ୍ଷରେ ରବିବାର ସନ୍ଧ୍ୟାରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ଓଡିଶାର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ।

Share