୧୭ରେ ରିଲିଜ୍‌ ହେବ ୟାମିଙ୍କ ଫିଲ୍ମ ‘ଏ ଥର୍ସଡେ’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ ଲୁକ୍‌ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ୍‌ ସେ। ନିକଟରେ ତାଙ୍କର ଅଗାମୀ ଫିଲ୍ମ ‘ଏ ଥର୍ସଡେ’ ଫେବୃଆରୀ ୧୭ ରେ ଡିସ୍ନି + ହଟଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଛି। ତେବେ ଫିଲ୍ମର ନିର୍ମାତା ଗୁରୁବାର ଏହାର ଟ୍ରେଲର ରିଲିଜ୍‌ କରିଛନ୍ତି। ଏଥିରେ ୟାମି ନୈନା ଜୈସଓ୍ବାଲ୍‌ ନାମକ ଜଣେ ସ୍କୁଲ ଶିକ୍ଷକଙ୍କ ଭୂମିକାରେ ନଜର ଆସିଛନ୍ତି। ବେହଜାଦ ଖମ୍ବଟା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି। ୟାମିଙ୍କ ବ୍ୟତିିତ ନେହା ଧୂପିଆ, ଅତୁଲ କୁଲକର୍ଣ୍ଣି ଏବଂ ଡିମ୍ପଲ କାପାଡିଆ ମଧ୍ୟ ଅଭିନୟ କରିଛନ୍ତି।

Share