ପ୍ରକୃତିକୁ ଭଲ ପାଆନ୍ତି ୟାମି

ମୁମ୍ବାଇ: ବଲିଉଡ୍ ବିୟୁଟି ୟାମି ଗୌତମ ୩୨ ବର୍ଷରେ ପଦାର୍ପଣ କରିଛନ୍ତି । ଫେୟାର ଆଣ୍ଡ ଗ୍ଲୋର ବିଜ୍ଞାପନ ପାଇଁ ସେ ଏବେ ଘରେ ଘରେ ବେଶ୍ ପରିଚିତ । ତେବେ ବଲିଉଡ୍‌ରେ ବି ରହିଛି ୟାମିଙ୍କର ଏକ ସ୍ୱତନ୍ତ୍ର ପରିଚୟ । ଏହି ନାୟିକା ଫିଲ୍ମ ଭିକ୍କି ଡୋନରରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ ଆୟୁଷ୍ମାନ ଖୁରାନାଙ୍କ ସହ ତାଙ୍କର ଯୋଡିକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ । ଏହାପରେ ସେ ଆକ୍ସନ ଜ୍ୟାକସନ୍‌, ବଦଲାପୁର ଓ କାବିଲ ଆଦି ଫିଲ୍ମରେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ନିକଟତର ହୋଇଥିଲେ । କେବଳ ବଲିଉଡ୍ ନୁହେଁ ବରଂ କନ୍ନଡ, ପଞ୍ଜାବି, ମଲୟାଲମ, ତାମିଲ ଆଦି ଫିଲ୍ମରେ ଅଭିନୟ କରି ସାରିଛନ୍ତି ୟାମି । ପ୍ରକୃତିକୁ ବେଶ୍ ଭଲ ପାଆନ୍ତି ଏହି ଅଭିନେତ୍ରୀ । ହିମାଚଳ ପ୍ରଦେଶରେ ଜନ୍ମ ନେଇଥିବା ୟାମି ନିକଟରେ ତାଙ୍କ ଘରେ ଏକ ଗ୍ରୀନ ହାଉସ୍ ଓ ଅର୍ଗାନିକ୍ ଗାର୍ଡେନ୍ ସ୍ଥାପନା କରିଛନ୍ତି । ପରିବେଶ ଉପରେ ହେଉ କି ପ୍ରାଣୀଙ୍କ ସହ ଜଡିତ କୌଣସି ଅଭିଯାନରେ ସାମିଲ ହେବାକୁ ଆଗଭର ଥାଆନ୍ତି । ଏମିତିକି ସେ ଖୋଲା ଆକାଶ ତଳେ ୱାର୍କ ଆଉଟ୍ କରିବାକୁ ବି ପସନ୍ଦ କରନ୍ତି । ସେ ଜଣେ ପୋଲୋ ଡ୍ୟାନ୍ସର ମଧ୍ୟ । ୨୮ ନଭେମ୍ବର ୧୯୮୮ରେ ଜନ୍ମ ନେଇଥିବା ଏହି ନାୟିକାଙ୍କ ଜନ୍ମଦିନରେ ବିଭିନ୍ନ ଆଡୁ ଆସିଛି ଶୁଭେଚ୍ଛାର ବାର୍ତ୍ତା ।

Share