ନାଁ ବଦଳାଇଲେ ୟାମି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ ଆଜିକାଲି ଖୁବ୍ ଚର୍ଚ୍ଚାରେ । ବିବାହ ପରଠାରୁ ଏହି ଅଭିନେତ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ୟାମି ମଝିରେ ମଝିରେ ତାଙ୍କ ବିବାହ ବେଳର ଫଟୋ ଶେୟାର କରି ପ୍ରଶଂସକଙ୍କ ମନ କିଣି ନେଉଛନ୍ତି । ଏବେ କୁହାଯାଉଛି କି ୟାମି ଇନଷ୍ଟାଗ୍ରାମରେ ତାଙ୍କ ନାଁ ପରିବର୍ତ୍ତନ କରିଛନ୍ତି । ଅବଶ୍ୟ ଏହି ତାଲିକାରେ ସେ ପ୍ରଥମ ନୁହେଁ । ନାଁ ବଦଳାଇବା ତାଲିକାରେ ପୂର୍ବରୁ ସାମିଲ ହୋଇସାରିଛନ୍ତି ପ୍ରିୟଙ୍କା ଚୋପ୍ରା ଜୋନସ, କରିନା କପୁର ଖାଁ, ସୋନମ କପୁର ଆହୁଜା । ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ୟାମି । ଅଭିନେତ୍ରୀ ତାଙ୍କ ପ୍ରୋଫାଇଲ ଷ୍ଟୋରୀରେ ଜଣେ ଶିଶୁ ସହ ଫଟୋ ଶେୟାର କରିଛନ୍ତି । ସେହି ଶିଶୁର ନାଁ ବି ରହିଛି ୟାମି । ଅଭିନେତ୍ରୀ ଫିଲ୍ମ ନିର୍ମାତା ଆଦିତ୍ୟ ଧରଙ୍କୁ ବିବାହ କରିବା ପରେ ନିଜର ନାଁ ପରିବର୍ତ୍ତନ କରିବା କଥା ଚିନ୍ତା କରିଛନ୍ତି ।

Share