ମୁମ୍ବାଇ: ବଲିଉଡ୍ ନାୟିକା ୟାମି ଗୌତମ ଏଇ କିଛିଦିନ ହେବ ରହୁଛନ୍ତି ଖୁବ୍ ଚର୍ଚ୍ଚାରେ । ଅବଶ୍ୟ ଯେବେଠାରୁ ସେ ବିବାହ କଲେଣି ସେବେଠାରୁ ସେ ଅଛନ୍ତି ଚର୍ଚ୍ଚାରେ । ଏହି ବଲିଉଡ୍ ବିୟୁଟି ‘ଉରି’ ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଛନ୍ତି । ଆଉ ନିକଟରେ ସେ ମୁମ୍ବଇ ଫେରିଛନ୍ତି । ମୁମ୍ବଇ ଆସିବା ପରେ ଏବେ ୟାମି ୱାର୍କ ମୋଡକୁ ଆସିଯାଇଛନ୍ତି । କାରଣ ଆସିବା ପରେ ପରେ ସେ ତାଙ୍କ ଅପକମିଙ୍ଗ ମୁଭିର ଶୁଟିଂ ଆରମ୍ଭ କରି ଦେଲେଣି । ଏହାସହ ସେ ତାଙ୍କ ଫିଟନେସ୍ ଉପରେ ଖୁବ୍ ଧ୍ୟାନ ଦେଉଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ନିକଟରେ ତାଙ୍କର ଏକ ଫଟୋ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ଧ୍ୟାନ ମୁଦ୍ରାରେ ବସିଥିବା ଦେଖାଯାଇଛି । ଆଉ ଏହି ଫଟୋଟି ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ଫଟୋର ବ୍ୟାକ ଗ୍ରାଉଣ୍ଡରୁ ଯାହା ଲାଗୁଛି ସେ ନିଶ୍ଚିତ ଭାବେ ଘରେ ଅଛନ୍ତି । ଆଉ ଘରେ ରହିବି ବିବାହ ପରେ ସେ ଫିଟନେସ୍ ଉପରେ ଯେ ଧ୍ୟାନ ଦେଉଛନ୍ତି ଏହା ସ୍ପଷ୍ଟ ବାରି ହୋଇ ପଡିଛି । ଏହାପରେ ୟାମି ଖୁବ୍ଶୀଘ୍ର ହରର କମେଡି ଫିଲ୍ମ ‘ଭୂତ ପୋଲିସ’ରେ ନଜର ଆସିବେ । ଏହା ୧୭ ସେପ୍ଟେମ୍ବରକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାର ଯୋଜନା ରହିଛି । ଏହାକୁ ପୱନ କୃପଲାନୀ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ଜ୍ୟାକଲିନ ଫର୍ଣ୍ଣାଡିଜ, ଶୈଫ ଅଲି ଖାଁ ଓ ଅର୍ଜୁନ କପୁର ବି ମୁଖ୍ୟ ଭୂମିକାରେ ନଜର ଆସିବେ ।