ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ ତାଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ପାଇଁ ବେଶ୍ ପରିଚିତ । ନିକଟରେ ସେ ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ତାଙ୍କ ସିମ୍ପଲ ଲୁକ୍ସ ସାଙ୍ଗକୁ ଦାମୀ ପୋଷାକ ଆସିଛି ଚର୍ଚ୍ଚାକୁ । ୟାମି ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ସେ ରେଡ କଲର ଏକ ମ୍ୟାକ୍ସି ପିନ୍ଧିଛନ୍ତି । ଆଉ ଏଥିପାଇଁ ଏହା ଚର୍ଚ୍ଚାକୁ ଆସିଛି କାରଣ ଏହାର ଦାମ୍ ରହିଛ ୭୮ ହଜାର ଟଙ୍କା । ଅବଶ୍ୟ ୟାମିଙ୍କୁ ଏହା ଖୁବ୍ ମାନୁଛି । ସିମ୍ପଲ ମେକଅପ୍ ଖୋଲା କେଶ ସାଙ୍ଗକୁ ମ୍ୟାଚିଙ୍ଗ ଲିପଷ୍ଟିକ ଓ ଆଇ ସ୍ୟାଡୋ ଖୁବ୍ ମାନୁଛି ୟାମିଙ୍କୁ । ଫ୍ଲୋର ଲେନ୍ଥର ଏହି ମ୍ୟାକ୍ସି ସମସ୍ତଙ୍କୁ ପସନ୍ଦ ଆସିଛି । କମ୍ଫଟ, ଫ୍ୟାଶନ ଓ ଫ୍ୟୁଜନ ସବୁକଛି ଏହି ଡ୍ରେସରେ ୟାମିଙ୍କୁ ଖୁବ୍ ଫିଟ୍ ଲାଗୁଛି । ୟାମି ନିଜର ଭିନ୍ନ ଷ୍ଟାଇଲ ପାଇଁ ପରିଚିତ ଥିବା ବେଳେ ତାଙ୍କ ଫ୍ୟାଶନ ସେନ୍ସ ବି ସବୁଠାରୁ ଅଲଗା ବୋଲି କୁହାଯାଏ ।