ଚର୍ମ ରୋଗରେ ପୀଡ଼ିତ ୟାମି

ମୁମ୍ବାଇ: ବଲିଉଡ୍ ନାୟିକା ୟାମି ଗୌତମ ଚର୍ମ ରୋଗରେ ପୀଡ଼ିତ । ଏକତା ସେ ନିଜେ ଜଣାଇଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଥିଲେ କି ମୁଁ ଏକ ଚର୍ମ ସମସ୍ୟାରେ ପୀଡ଼ିତ ଯାହାର କୌଣସି ଚିକିତ୍ସା ନାହିଁ । ଏହି ସମସ୍ୟା ତାଙ୍କ ସହ ଆଡଲ୍ଟ ଏଜରୁ ରହିଥିବା ବେଳେ ଏହା ଥରେ ଆସିଲେ ଆଉ ଯାଏ ନାହିଁ ବୋଲି କୁହାଯାଉଛି । ୟାମି ‘କେରାଟୋସିସ୍ ପିଲାରସ’ ନାମକ ଚର୍ମ ରୋଗରେ ପୀଡିତ । ଏହି ରୋଗ ହେଲେ ଶରୀରର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ବମ୍ପସ୍‌(ଦାନା) ବାହାରି ଆସିଥାଏ । ଏହା କଷ୍ଟ ବି ଲାଗିଥାଏ । ହେଲେ ଏହାର କୌରସି ଉପଚାର ନ ଥିବାରୁ କଷ୍ଟ ସହିବାକୁ ପଡିଥାଏ । ଟୁଇଟ୍ କରି ୟାମି ତାଙ୍କର ଏହି ଚର୍ମ ରୋଗ ସମ୍ପର୍କରେ କହିବା ବେଳେ ଲେଖିଛନ୍ତି, କିଛିଦିନ ହେବ ମୋର ଏକ ଫଟୋ ଶୁଟ୍ ଚାଲିଥିଲା । ସେତେବେଳେ ମୋ ସ୍କିନକୁ ଘୋଡାଇବାକୁ ଚେଷ୍ଟା କରାଯାଇଥିଲା । ସେହିଠାରୁ ହିଁ ମୁଁ ଚିନ୍ତା କରିଥିଲି ଏ ସମ୍ପର୍କରେ ସମସ୍ତ କଥା ପ୍ରକାଶ କରିବାର ଅଛି । ଯାହା ପାଖରେ ଯେଉଁ ସମସ୍ୟା ଅଛି ତାହା ପ୍ରକାଶ କରିବାରେ ଅସୁବିଧା କେଉଁଠି ରହିଲା । ଏହି ରୋଗ ଫଳରେ ଶରୀରର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ବମ୍ପସ୍ ବାହାରି ଆସିଥାଏ । ହେଲେ ଏହା ସେତେଟା କ୍ଷତିକାରକ ନୁହେଁ । ଆହୁରି ମଜାଳିଆ ଢଙ୍ଗରେ ୟାମି ଲେଖିଛନ୍ତି, ଏହା ଏତେ କ୍ଷତିକାରକ ନୁହେଁ ଯେତିକି ମାତ୍ରାରେ ପଡୋଶୀ ଘର ଆଣ୍ଟି ଏହାକୁ କରି ଦେଇଥାଆନ୍ତି । ସୂଚନାଯୋଗ୍ୟ, କେରାଟୋସିସ୍ ପିଲାରିସ୍‌ଚର୍ମ ସମ୍ପର୍କିତ ଏକ ରୋଗ । ଏହାଦ୍ୱାରା ଚର୍ମରେ ଛୋଟ ଛୋଟ ଦାନା ବହାରି ଆସିଥାଏ ଓ ସେହି ସ୍ଥାନଟି ରଫ୍ ହୋଇଯାଇଥାଏ । ଏହା ଚର୍ମର ପୋର୍ସରେ କେରାଟଇନ ନାମକ ପ୍ରୋଟିନ ଯୋଗୁ ହୋଇଥାଏ ଯାହା ଚର୍ମର ପୋର୍ସକୁ ବ୍ଲକ କରି ଦେଇଥାଏ ।

Share