ଜିନ୍ନତ ପରେ ଶିମିଳିପାଳ ଛାଡ଼ିଲା ଯମୁନା

ବାରିପଦା,୧୭ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ଜେନେଟିକ୍‌ ଡାଇଭର୍ସିଟି (ବଂଶାନୁକ୍ରମିକ ବିବିଧତା) ପରିବର୍ତ୍ତନ କରିବା ନେଇ ଆରମ୍ଭ ହୋଇଥିବା ମିଶନ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଯେଉଁ ଦୁଇ ବାଘୁଣୀଙ୍କୁ ମହାରାଷ୍ଟ୍ରରୁ ଅଣାଯାଇ ମିଶନ କାର୍ଯ୍ୟକାରୀ କରାଯାଇଥିଲା ସେହି ବାଘୁଣୀ ଯମୁନା ଓ ଜିନ୍ନତ ଏବେ ଶିମିଳିପାଳ ଛାଡ଼ି ଅନ୍ୟ ଜଙ୍ଗଲକୁ ପଳାଇଛନ୍ତି। ମହାରାଷ୍ଟ୍ରର ସମତଳ ଜଙ୍ଗଲରେ ବଢ଼ି ଆସିଥିବା ଏହି ଦୁଇ ବାଘୁଣୀ ବଣ ପାହାଡ଼ ଘେରା ଶିମିଳିପାଳ ଅଭୟାରଣ୍ୟରେ ନିଜକୁ ଖାପ ଖୁଆଇ ପାରି ନ ଥିବା ବନ୍ୟପ୍ରାଣୀ ପ୍ରେମୀମାନେ କହିଛନ୍ତି। ୮ ଦିନ ହେଲା ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡ ଜଙ୍ଗଲରେ ରହୁଥିବା ବେଳେ ରବିବାର ରାତିରେ ଯମୁନା ମଧ୍ୟ ଶିମିଳିପାଳ ଛାଡ଼ି ବାଲେଶ୍ୱର ଜିଲା କୁଲଡ଼ିହା ଅଭୟାରଣ୍ୟକୁ ପଳାଇଛି। ବିଭାଗୀୟ କର୍ମଚାରୀମାନେ ଜିନ୍ନତ ଓ ଯମୁନାର ଗତିବିଧି ଉପରେ ନଜର ରଖିଛନ୍ତି। ତେବେ ବାଘୁଣୀ ଯମୁନାର ସ୍ଥିତି ସମ୍ପର୍କରେ ବନ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯିବ ନାହିଁ। ସେ ଜଙ୍ଗଲରେ ରହିଛି। ଜିନ୍ନତ ଓ ଯମୁନାଙ୍କୁ ଟ୍ରାକିଂରେ ରଖାଯାଇଛି ବୋଲି ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି।

ବାଘୁଣୀ ନଭେମ୍ବର ୧୪ରେ ଆସିଥିବା ଜିନ୍ନତ ଡିସେମ୍ବର ୮ରେ ଶିମିଳିପାଳରୁ ବାହାରି ଝାଡ଼ଖଣ୍ଡ ରାଜ୍ୟର ଚିଆବାନ୍ଧି, ମଚାପଢ଼ିଆ ଓ ରାଜାବସା ଜଙ୍ଗଲରେ ଅବସ୍ଥାନ କରୁଛି। ଶିମିଳିପାଳକୁ ଫେରିବା ନେଇ ତା’ର ଗତିବିଧି ଉପରେ ଉଭୟ ରାଜ୍ୟର ବନ ଅଧିକାରୀ ଓ କର୍ମଚାରୀମାନେ ୨୪ ଘଣ୍ଟିଆ ନଜର ରଖିଛନ୍ତି। ତେବେ ଶିମିଳିପାଳ ଅଭୟାରଣ୍ୟରୁ ୪୦ କି.ମି. ଦୂରକୁ ଯାଇଥିବା ଜିନ୍ନତ ପଛରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ତାଲିମ୍‌ପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କ ତିନୋଟି ଟିମ୍‌ ସହ ମୋଟ ୧୫ କର୍ମଚାରୀ ରହିଛନ୍ତି। ଅନ୍ୟପକ୍ଷରେ ଅକ୍ଟୋବର ୨୭ରେ ଆସିଥିବା ବାଘୁଣୀ ଯମୁନା ରବିବାର ରାତିରେ ଶିମିଳିପାଳରୁ କପ୍ତିପଦା ରେଞ୍ଜ ଅଧୀନ ଶୁଖୁଆପଟା ପାହାଡ଼
ଦେଇ ବାଲେଶ୍ୱର ଜିଲା ଔପଦା ଏବଂ ସେଠାରୁ କୁଲଡ଼ିହା ଅଭୟାରଣ୍ୟରେ ପହଞ୍ଚିଛି। ଶିମିଳିପାଳ ଅଭୟାରଣ୍ୟ କରିଡରରୁ ପାଖାପାଖି ୨୦ରୁ ୨୫କିମି ଦୂରରେ ତା’ର ଅବସ୍ଥିତି ଥିବା ଜଣାପଡ଼ିଛି। ନଭେମ୍ବର ୯ରେ ଏନ୍‌କ୍ଲୋଜରରୁ ଯମୁନାକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ ଛଡ଼ାଯାଇଥିଲା। ପାହାଡ଼ିଆ ଜଙ୍ଗଲରେ ଯମୁନା କିଛି ଦିନ ଧରି ନିଜର ବାସସ୍ଥାନ ପ୍ରସ୍ତୁତି କରିବାରେ ଲାଗିଥିଲା। ମାତ୍ର ସମତଳ ଜଙ୍ଗଲରୁ ଆସି ପାହାଡ଼ିଆ ଜଙ୍ଗଲରେ ନିଜକୁ ଖାପ ଖୁଆଇବା ପାଇଁ କୋର୍‌ ଅଞ୍ଚଳର ସୀମାନ୍ତରେ ଘୂରିବୁଲିଥିଲା। କପ୍ତିପଦା ରେଞ୍ଜ ଅଞ୍ଚଳରେ ବାଘ ପାଦଚିହ୍ନକୁ ନେଇ ଲୋକେ ଆତଙ୍କିତ ହେବା ପରେ ବନ କର୍ମଚାରୀମାନେ ଯମୁନାର ଗତିବିଧି ଉପରେ ନଜର ରଖିଥିଲେ। ତେବେ ରବିବାର ରାତିରେ ଯମୁନା ଶିମିଳିପାଳ ଅଭୟାରଣ୍ୟ ପାର ହୋଇ କୁଲଡିହାରେ ପହଞ୍ଚି ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ଏ ନେଇ ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ଦୁଇ ବାଘୁଣୀଙ୍କୁ ଶିମିଳିପାଳ ଅଭୟାରଣ୍ୟ ପସନ୍ଦଯୋଗ୍ୟ ହୋଇପାରୁନାହିଁ। ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ସମତଳ ଜଙ୍ଗଲରେ ଜିନ୍ନତ ଓ ଯମୁନା ରହି ଶିକାର କରୁଥିଲେ। ତେବେ ଶିମିଳିପାଳର ବଣପାହାଡ଼ଘେରା ଜଙ୍ଗଲରେ ସେମାନେ ନିଜକୁ ଖାପ ଖୁଆଇ ପାରୁନାହାନ୍ତି। ୨ ବାଘୁଣୀଙ୍କୁ ଛାଡ଼ିବା ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟର ଜଳବାୟୁ ପରିବେଶ ଓ ବନ୍ୟଜନ୍ତୁଙ୍କ ସହ ମିଶିବା ପାଇଁ ବନ ବିଭାଗ ପକ୍ଷରୁ କୌଣସି ପ୍ରଚେଷ୍ଟା କରାଯାଇନାହିଁ। ତାକୁ ଧରିଆଣିବା ମାତ୍ରେ ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି। ଏନ୍‌କ୍ଲୋଜରର ପରିସୀମା ବୃଦ୍ଧି କରାଯାଇ ଶିମିଳିପାଳର ବନ୍ୟଜନ୍ତୁଙ୍କ ସହ ପରିଚିତ କରାଇବା ନିତାନ୍ତ ଆବଶ୍ୟକ ରହିଥିଲା। ତରବରିଆ ଭାବେ ମିଶନ ଆରମ୍ଭ କରାଯାଇଥିବାରୁ ଏହା ସଫଳ ହେବାକୁ ନେଇ ଆଶଙ୍କା ଉପୁଜିବାରେ ଲାଗିଛି।

ଏ ସମ୍ପର୍କରେ ପରିବେଶବିତ୍‌ ସଂଯୁକ୍ତା ବସାଙ୍କୁ ପଚାରିବାରୁ ଜନ୍ମ ପରିବେଶରୁ ଆସିଥିବା ଦୁଇ ବାଘୁଣୀ ଶିମିଳିପାଳ ପରିବେଶରେ ଖାପ ଖୁଆଇ ପାରୁନାହାନ୍ତି। ପାହାଡ଼ିଆ ଶିମିଳିପାଳ ଜଙ୍ଗଲରେ ଶିକାର କରିବା ସେମାନଙ୍କ ପକ୍ଷେ କଷ୍ଟକର ହେଉଛି। ଶିମିଳିପାଳର ବନ୍ୟଜନ୍ତୁଙ୍କୁ ଶିକାର କରିବା କୌଶଳ ସେମାନଙ୍କୁ ଜଣା ନ ଥିବା କାରଣରୁ ଦୁଇ ବାଘୁଣୀ ଅନ୍ୟ ଜଙ୍ଗଲକୁ ପଳାଇ ଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri