Categories: ଜାତୀୟ

ଦିଲ୍ଲୀ ପରେ ଉତ୍ତର ପ୍ରଦେଶବାସୀଙ୍କୁ କନ୍ଦାଇବ ଯମୁନା, ମଥୁରା ସମେତ କିଛି ସ୍ଥାନରେ ବିପଦ ସଙ୍କେତ ଉପରେ ବହୁଛି ନଦୀ

ଲକ୍ଷ୍ନୌ,୧୫।୭: ପାହାଡ ଉପରେ ହେଉଥିବା ବର୍ଷାର ପ୍ରଭାବ ଏବେ ତଳିଆ ଅଞ୍ଚଳରେ ଦେଖିବାକୁ ମିଳିଲାଣି। ଯମୁନା ନଦୀରେ ଆସିଥିବା ବନ୍ୟାରେ ଦିଲ୍ଲୀ ଉବୁଟୁବୁ ହେବା ପରେ ଏବେ ଉତ୍ତର ପ୍ରଦେଶରେ ଯମୁନାର ଜଳସ୍ତର ବଢିବାରେ ଲାଗିଛି।

ହାଥିନି କୁଣ୍ଡ ବ୍ୟାରେଜରୁ ଯମୁନା ନଦୀରେ ଜଳ ଛାଡିବା ପରେ ଗୌତମ ବୁଦ୍ଧ ନଗର, ଶାମଲି, ଆଲିଗଡ, ମଥୁରା, ଆଗ୍ରା, ଫିରୋଜାବାଦ ଏବଂ ଇଟାୱା ଭଳି ଜିଲାରେ ବନ୍ୟା ପରିସ୍ଥିତି ବଢି ଚାଲିଛି।
ଯମୁନାର ଜଳସ୍ତର ବଢିବାରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଯମୁନା ନଦୀର ଜଳ ସ୍ତର ବୃଦ୍ଧି ହେତୁ ସେକ୍ଟର -୧୨୫, ସେକ୍ଟର୧୩୫, ନୋଏଡାର ସେକ୍ଟର ୯୦ର ଅନେକ ସ୍ଥାନ ପାଣିରେ ଉବୁଟୁବୁ ହେଉଛି। ଯମୁନା ନଦୀର ଜଳ ଏଠାରେ ଥିବା ଘର ଓ କ୍ଷେତକୁ ମାଡି ଯାଇଛି, ଯେଉଁଥିପାଇଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତ। ଲୋକମାନେ ଅନେକ ସ୍ଥାନରେ ଫସି ରହିଥିବାବେଳେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ନିରନ୍ତର ଉଦ୍ୟମ ଜାରି ରଖିଛି। ଶାମଲି, ଆଲିଗଡ ଭଳି ଜିଲ୍ଲାରେ ମଧ୍ୟ ଅବସ୍ଥା ସମାନ ରହିଛି।
ମଥୁରାରେ ମଧ୍ୟ ଯମୁନାର ଜଳ ସ୍ତର କ୍ରମାଗତ ଭାବରେ ବିପଦ ସଙ୍କେତ ଆଡକୁ ବଢୁଛି। ଆଜି ସକାଳ ୬ଟାରେ ଯମୁନାର ଜଳ ସ୍ତର ୧୬୫.୮୦ମିଟରକୁ ବୃଦ୍ଧି ପାଇଲା, ଯାହା ଯମୁନାରେ ବିପଦ ସଙ୍କେତଠାରୁ ମାତ୍ର୨୦ ସେମି ଦୂରରେ ରହିଛି। ଏଠାରେ ଯମୁନାରେ ବିପଦ ସଙ୍କେି ୧୬୬ ମିଟର ରହିଛି। ଯମୁନାର ଜଳ ସ୍ତର ବୃଦ୍ଧି ହେତୁ ମଥୁରାରେ ବନ୍ୟା ପରିସ୍ଥିତି ଉପୁଜିଛି। ନଦୀ ଚାରିପାଖରେ ତଳିଆ ଅଞ୍ଚଳରେ ଜଳ ପ୍ରବେଶ କରିବା ଆରମ୍ଭ କରି ଦେଇଛ। ଯେଉଁଥିପାଇଁ ଲୋକଙ୍କ ହୃଦସ୍ପନ୍ଦନ ବୃଦ୍ଧି ପାଇଛି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ମଧ୍ୟ ଏହାର ପ୍ରସ୍ତୁତିକୁ ତ୍ୱରାନ୍ବିତ କରିଛି।

Share