ଚାଇନାକୁ ଦୁଃଖ ଦେଇଛି ୟାଙ୍ଗ୍‌ଜି

ବେଜିଂ/ଓ୍ବାଶିଂଟନ,୨୭ା୭ :କେନ୍ଦ୍ରୀୟ ଚାଇନାରେ ଦେଶର ଦୀର୍ଘତମ ନଦୀ ‘ୟାଙ୍ଗଜି’ ପ୍ରୟଙ୍କରୀ ବନ୍ୟା ଆଣିଛି। ଜୁନ୍‌ ପହିଲାରୁ ଲଗାଣ ବର୍ଷା ଫଳରେ ନଦୀର ଜଳସ୍ତର ୫୦ ଫୁଟ ବୃଦ୍ଧି ପାଇଛି। ଏଥିରେ ୨୪ଟି ରାଜ୍ୟର ୪୦ ନିୟୁତ ଲୋକ ପ୍ରଭାବିତ ଓ ୨୦୦ରୁ ଊର୍ଦ୍ଧ୍ୱ ମୃତ କିମ୍ବା ନିଖୋଜ ହୋଇଯାଇଛନ୍ତି। ଏହି ବନ୍ୟା କରୋନା ମହାମାରୀ ସହ ଯୁଝୁଥିବା ଚାଇନାର ଅର୍ଥନୀତିକୁ ଦୋହଲାଇ ଦେଇଛି। କାରଣ ବନ୍ୟା ଯୋଗୁ ଚାଇନା ଅର୍ଥନୀତିକୁ ୧୧.୮ ବିଲିୟନ୍‌ ଡଲାର କ୍ଷତି ପହଞ୍ଚତ୍ଛି। ଏହାସହ ୨୮,୦୦୦ ଘର ବଢ଼ିପାଣିରେ ଧୋଇହୋଇ ଯାଇଛି।
ୟାଙ୍ଗଜି ନଦୀ ଏସିଆର ଦୀର୍ଘତମ ତଥା ବିଶ୍ୱର ତୃତୀୟ ବଡ଼ ନଦୀ। ଚାଇନାର ପଶ୍ଚିମରୁ ପୂର୍ବକୁ ପ୍ରବାହିତ ଏହି ନଦୀର ଅବବାହିକା ଚାଇନା କ୍ଷେତ୍ରଫଳର ଏକପଞ୍ଚମାଂଶ, ଯେଉଁ ବିସ୍ତୃତ ଭୂମି ଉପରେ ଦେଶର ଏକତୃତୀୟଂଶ ଲୋକ ବସବାସ କରିଥାନ୍ତି। ପାନୀୟ ଜଳ, ଜଳସେଚନ, ପରିମଳ, ପରିବହନ, ଶିଳ୍ପ, ପରିସୀମା ନିର୍ଦ୍ଧାରଣ ଓ ଯୁଦ୍ଧ କ୍ଷେତ୍ରରେ ୬୩୦୦ କି.ମି. ବିସ୍ତୃତ ଏହି ନଦୀକୁ ବ୍ୟବହାର କରାଯାଏ। ଚାଇନାର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ୟାଙ୍ଗଜି ନଦୀ ତ୍ରିକୋଣ ଭୂଇଁର ଅବଦାନ ୨୦%। ଏହି ନଦୀ ଉପରେ ଥିବା ଥ୍ରି ଗୋର୍ଜେସ ଡ୍ୟାମ୍‌ ହେଉଛି ବିଶ୍ୱର ସର୍ବବୃହତ୍‌ ଜଳବିଦ୍ୟୁତ୍‌ ପାଓ୍ବାର ଷ୍ଟେଶନ। ଚାଇନାର ଇତିହାସ, ସଂସ୍କୃତି ଓ ଅର୍ଥନୀତିକୁ ହଜାର ହଜାର ବର୍ଷ ଧରି ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ନେଇଆସିଥିବା ୟାଙ୍ଗଜି ନଦୀ ଦେଶବାସୀଙ୍କୁ କମ୍‌ ଦୁଃଖ ବି ଦେଇନି। ପ୍ରତିବର୍ଷ ପ୍ରଳୟଙ୍କରୀ ବନ୍ୟା ଯୋଗୁ ଲକ୍ଷ ଲକ୍ଷ ଲୋକ ବାସଚ୍ୟୁତ ହୋଇଥାନ୍ତି।
ଚଳିତବର୍ଷ ଜୁନ୍‌ ୧ରେ ଏସିଆରେ ମୌସୁମୀ ଋତୁ ଆରମ୍ଭ ହୋଇଥିଲା। ମୌସୁମୀଜନିତ ଲଗାଣ ବର୍ଷା ଯୋଗୁ ଚାଇନାର ଥ୍ରି ଗୋର୍ଜେସ ଡ୍ୟାମ୍‌ରେ ଜଳସ୍ତର ୧୫ ମିଟର ବୃଦ୍ଧି ପାଇ ୧୬୪.୧୮ ମିଟରରେ ପହଞ୍ଚତ୍ଛି। ନଦୀବନ୍ଧ ଯୋଜନାର ମୋଟ ଜଳଧାରଣ କ୍ଷମତା ୧୭୫ ମିଟର ହୋଇଥିବାବେଳେ ୨୦୧୨ ବନ୍ୟା ବେଳେ ଡ୍ୟାମ୍‌ର ଜଳସ୍ତର ୧୬୩.୧୧ ମିଟର ଛୁଇଁଥିଲା। ଫଳରେ ଏହି ଡ୍ୟାମ୍‌ଗୁଡ଼ିକ ଜରିଆରେ ବନ୍ୟା ନିୟନ୍ତ୍ରଣ କରାଯାଇ ପାରିନାହିଁ। ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଥିବାରୁ ଏହା ଭୁଶୁଡ଼ିଯିବା ଆଶଙ୍କା ଦେଖାଦେଲାଣି। କାରଣ ଚାଇନାରେ ବିଗତ କିଛି ଦଶନ୍ଧି ମଧ୍ୟରେ ଏତେ ପରିମାଣର ବର୍ଷା ହୋଇ ନ ଥିଲା। ସେହିପରି ମୌସୁମୀ ଋତୁ ଶେଷ ହୋଇ ନ ଥିବାରୁ ଆଗକୁ ସଙ୍କଟ ବଢ଼ିବା ଜଳଜଳ ହୋଇ ଦେଖାଯାଉଛି। କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ବୋଲି କୁହାଯାଉଥିବା ଉହାନ ସିଟି ସମେତ ଆନ୍‌ହୁଇ, ଜିଆଙ୍ଗଶି ଓ ଝେଜିଆଙ୍ଗ୍‌ରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏସବୁକୁ ଦେଖି ଚାଇନାବାସୀ ଏବେ ୧୯୯୮ ଏବଂ ୧୯୫୪ର ବନ୍ୟା କଥା ମନେପକାଉଛନ୍ତି।

ବନ୍ୟାର ରାଜନୈତିକ ପ୍ରଭାବ

ୟାଙ୍ଗଜି ନଦୀ ହେଉଛି ଚାଇନାର ମାନୁଫାକ୍ଚଚରି ଓ ଶିପିଂ ପାଇଁ ପ୍ରମୁଖ କ୍ଷେତ୍ର। ସାଂଘାଇଠାରେ ପୂର୍ବ ଚାଇନା ସାଗରରେ ମିଶିଥିବା ଏହି ନଦୀରେ ଆସିଥିବା ବନ୍ୟା କେବଳ ଚାଇନାର ଅର୍ଥନୀତିକୁ ପ୍ରଭାବିତ କରିନାହିଁ, ବରଂ ବିଶ୍ୱର ଅର୍ଥ ବ୍ୟବସ୍ଥା ପାଇଁ ମଧ୍ୟ ଅଶୁଭ ସଙ୍କେତ ଆଣିଦେଇଛି। ଏହାର ରାଜନୈତିକ ପ୍ରଭାବ ୧୯୮୬ ଏପ୍ରିଲ ୨୬ରେ ସୋଭିଏଟ୍‌ ୟୁନିୟନର ଚେର୍ନୋବ୍ଲି ବିପର୍ଯ୍ୟୟ ଭଳି ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି)କୁ ଅସ୍ଥିର କରିବା ପାଇଁ ପର୍ଯ୍ୟାପ୍ତ। ସାମ୍ପ୍ରତିକ ସଙ୍କଟ ସିପିସି ଜେନୋରାଲ ସେକ୍ରେଟାରି ତଥା ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ପାଇଁ ଅଡ଼ୁଆ ସାଜିପାରେ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି।
ଆମେରିକାରେ ଜର୍ଜ ବୁଶ ରାଷ୍ଟ୍ରପତି ଥିବାବେଳେ କାଟ୍ରିନା ଝଡ଼ ତାଙ୍କ ଛବିକୁ ଯେପରି ମଳିନ କରିଦେଇଥିଲା ଚାଇନାର ବନ୍ୟାକୁ ଜିନ୍‌ପିଙ୍ଗଙ୍କ ସେହିପରି ବିଫଳତା ଭାବେ ଦେଖାଗଲାଣି। ଆମେରିକା, ତାଇଓ୍ବାନ, ଜାପାନ ଓ ଭାରତ ସମେତ ଅନେକ ଦେଶ ସହ ବିବାଦରେ ଛନ୍ଦି ହୋଇଯାଇଥିବା ଚାଇନା ରାଷ୍ଟ୍ରମୁଖ୍ୟ ଜିନ୍‌ପିଙ୍ଗ ଥ୍ରି ଗୋର୍ଜେସ ଡ୍ୟାମ ପରିଦର୍ଶନ କରିନାହାନ୍ତି। କରୋନା ଭାଇରସ୍‌କୁ ନେଇ ଦେଶବାସୀ ଅସନ୍ତୁଷ୍ଟ ଥିବାବେଳେ ବନ୍ୟା ନିୟନ୍ତ୍ରଣରେ ବିଫଳତା ଜନାକ୍ରୋଶକୁ ବହୁଗୁଣିତ କରିବା ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାନମାର ଭୂକମ୍ପର ଭୟଙ୍କର ସ୍ଥିତି, ମସଜିଦ ଭୁଶୁଡ଼ି ୨୦ ମୃତ

ନାଇପିଦ,୨୮।୩: ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ମ୍ୟାନମାରରେ ଦୁଇଥର ନୁହେଁ ଚାରିଥର ଭୂମିକମ୍ପ ହୋଇଛି। ପ୍ରାରମ୍ଭରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ମାପ...

ଶକ୍ତିଶାଳୀ ଭୂମିକମ୍ପ ପରେ ମିଆଁମାର ବିଶାଳ ହସ୍ପିଟାଲରେ ଭୟାଭୟ ପରିସ୍ଥିତି

ନୂଆଦିଲ୍ଲୀ,୨୮ା୩: ମିଆଁମାର ରାଜଧାନୀ ନେପିଡାରେ ଥିବା ଏକ ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଶୁକ୍ରବାର ଘଟିଥିବା ୭.୭ ତୀବ୍ରତାର ଭୂମିକମ୍ପ ହେବା ପରେ ଏଠାରେ ଭୟଙ୍କର...

ଥାଇଲାଣ୍ଡରେ ଭୟଙ୍କର ଭୂମିକମ୍ପ: ୪୩ ଲୋକ ନିଖୋଜ, କୋଠା ଭୁଶୁଡିବା ଭିଡିଓ ଭାଇରାଲ

ବ୍ୟାଙ୍କକ,୨୮।୩: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ଶୁକ୍ରବାର ୭.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ କୋଠାଗୁଡ଼ିକ ଭୁଶୁଡି ପଡ଼ିଛି। ୪୩ ଜଣ ଲୋକ...

ପଡୋଶୀ ଦେଶରେ ଭୟଙ୍କର ଭୂମିକମ୍ପ: ସାହାଯ୍ୟର ହାତ ବଢ଼ିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୟଙ୍କର ଭୂମିକମ୍ପ ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଭାରତ...

ମ୍ୟାନମାରରେ ଭୟଙ୍କର ଭୂକମ୍ପ

ନାଇପିଦ,୨୮।୩: ମ୍ୟାନମାରରେ ୭.୨ ତୀବ୍ରତାର ଏକ ବଡ଼ ଭୂମିକମ୍ପ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ଶୁକ୍ରବାର (୨୮ ମାର୍ଚ୍ଚ) ଭୂମିକମ୍ପ ଝଟକା...

ଭାରତ କାହାକୁ ଡରେ ନାହିଁ, ଖୋଲାଖୋଲି ଘୋଷଣା କଲେ ପୁଟିନ

ମସ୍କୋ,୨୮।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ନୂଆ ପ୍ରସ୍ତାବ ଏବେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଯୋଜନା ପରାମର୍ଶ...

ଅସୁସ୍ଥ ହୋଇ ପଡିଲେ କିଙ୍ଗ ଚାର୍ଲସ, ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ,୨୮।୩: ଗୁରୁବାର ବ୍ରିଟେନର ରାଜା ଚାଲର୍‌ସ ତୃତୀୟଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବ୍ରିଟେନର ରାଜା ଚାଲର୍‌ସ ତୃତୀୟ କର୍କଟ...

ରମଜାନରେ ଭାରତକୁ ବଡ଼ ଉପହାର ଦେଲା UAE, ୫୦୦ ଭାରତୀୟଙ୍କୁ ଦେଲା ‘ନୂଆ ଜୀବନ’

ଆବୁଧାବି,୨୮।୩: ୟୁଏଇ ସହିତ ଭାରତର ଭଲ ବନ୍ଧୁତା ରହିଛି। ଏହି ବନ୍ଧୁତାର ରଙ୍ଗ ଏବେ ଅଧିକ ଉଜ୍ଜ୍ୱଳ ହୋଇଯାଇଛି। ଭାରତ ଏବଂ ୟୁଏଇ ମଧ୍ୟରେ ବନ୍ଧୁତାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image