ବାର୍ଷିକ ୭୫ ଲକ୍ଷର ସୂତା ଉତ୍ପାଦନ ହେବ

ଟାଙ୍ଗୀ(କଟକ), ୨୫।୯(ଡି.ଏନ୍‌.ଏ.): ଚୌଦ୍ୱାର ଥାନା ଅଧୀନ କଜଳକଣାସ୍ଥିତ ଇଡ୍‌କୋ ଶିଳ୍ପାଞ୍ଚଳରେ ଟସର ସୂତା ଉତ୍ପାଦନ କେନ୍ଦ୍ର ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଏହାକୁ ମୁଖ୍ୟ ଅତିଥି ଖଦି ଓ ଗ୍ରାମୋଦ୍ୟୋଗ ଚେୟାରମ୍ୟାନ ବିନୟ କୁମାର ସାକ୍ସେନା ଉଦ୍‌ଘାଟନ କରିଥିଲେ। ଏଥିରେ ଖଦି ଆଣ୍ଡ୍‌ ଭିଲେଜ ଇଣ୍ଡଷ୍ଟ୍ରି କମିଶନ(କେଭିଆଇସି)ର ଯୁଗ୍ମ ପରିଚାଳକ ୱାଇ.କେ. ବାରମାଟିକର ସ୍ବାଗତ ଭାଷଣ ଦେଇ କହିଥିଲେ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ କର୍ନାଟକରୁ ଓଡ଼ିଶା ସରକାର ଟସର ସୂତା ଆମଦାନୀ କରିଥାନ୍ତି। ପ୍ରତିବର୍ଷ ୮କୋଟି ଟଙ୍କାର କାରବାର କରାଯାଇଥାଏ। ଏହି ଟସର ସୂତା ଉପତ୍ାଦନ କେନ୍ଦ୍ର କାର୍ଯ୍ୟକ୍ଷମ ହେବା ଦ୍ୱାରା ବାର୍ଷିକ ୭୫ଲକ୍ଷ ଟଙ୍କାର ସୂତା ସ୍ଥାନୀୟ ବୁଣାକାରମାନଙ୍କୁ ଯୋଗାଇ ଦିଆଯାଇପାରିବ। ଏହି କେନ୍ଦ୍ରରେ ୫୦ଜଣ ମହିଳା ନିଯୁକ୍ତି ପାଇବା ସହ ପରୋକ୍ଷରେ ୩୦୦ଜଣ ଜନଜାତି ରୋଜଗାରକ୍ଷମ ହୋଇପାରିବେ। ଏଥିରେ ସମ୍ମାନିତ ଅତିଥି ମନୋଜ କୁମାର ସିଂ ଯୋଗଦେଇ ସ୍ବୟଂ ସହାୟକ ଗୋଷ୍ଠୀଗୁଡିକ ପ୍ରଦର୍ଶିତ କପଡା ଓ ବିଭିନ୍ନ ହସ୍ତଶିଳ୍ପ ପ୍ରଦର୍ଶନୀ ବୁଲି ଦେଖିଥିଲେ।

Share