ଆଗକୁ ମାଡ଼ି ଆସୁଛି ୟାସ୍‌: ବର୍ତ୍ତମାନ ପାରାଦୀପରୁ ୩୬୦ କି.ମି. ଦୂରରେ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ବାତ୍ୟା ୟାସ୍‌ ସ୍ଥଳ ଭାଗକୁ ଆଡ଼କୁ ମାଡ଼ି ଆସୁଛି॥ ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମ ଭୀଷଣକାୟ ରୂପ ନେଇ ମଙ୍ଗଳବାର ଅପରାହ୍ନରେ ଭେରି ସିଭିୟର୍‌ ସାଇକ୍ଲୋନିକ ଷ୍ଟ୍ରମ୍‌ରେ ପରିଣତ ହେବ। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଏହା ପାରାଦୀପରୁ ୩୬୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏବଂ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟାରେ ଧରି ଏହା ୧୦ କିଲୋମିଟର ବେଗରେ ଏହା ବଙ୍ଗୋପସାଗରର ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଯଦି, ଏହି ଗତି ରୁହେ ତେବେ ଏହା ଅତି ଭୀଷଣକାୟ ରୂପ ଧରି ୨୬ ତାରିଖ ଦ୍ୱିପ୍ରହରରେ ବାଲେଶ୍ୱର ଆଖପାଖରେ ସ୍ଥଳ ଭାଗ ଛୁଇଁପାରେ । ସଠିକ ଭାବେ କେଉଁ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ କରିବ ସେ ନେଇ ଆଜି ସୂଚନା ମିଳିବ। ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିିପାରେ। ଏପରିକି ସ୍ଥାନେ ସ୍ଥାନେ ସର୍ବାଧିକ ୧୮୫ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବିଶେଷ ଭାବେ ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର ଏବଂ କେନ୍ଦ୍ରାପଡ଼ାରେ ବାତ୍ୟାର ପ୍ରଭାବ ଅଧିକ ପଡ଼ିବ। ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ବର୍ଷା ସହ ପବନ ଜାରି ରହିଛି ।

Share