ଆଜି ବି ବସ୍‌ ଚଲାଉଛନ୍ତି ଏହି ପ୍ରସିଦ୍ଧ କଳାକାରଙ୍କ ବାପା: କୁହନ୍ତି ଏପରି

ପରଦାରେ କେଜିଏଫ୍‌ ରିଲିଜ ହେବାପରେ ଫିଲ୍ମର କାହାଣୀ ଏବଂ ଆକ୍ସନ ଲୋକମାନଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି କରିଥିଲା। ବିଶେଷଭାବେ ଲୋକଙ୍କ ଧ୍ୟାନ ଏହି ଚଳଚ୍ଚିତ୍ରର ହିରୋଙ୍କ ଉପରେ ଥିଲା। ଏହି ନାୟକଜଣଙ୍କ ହେଉଛନ୍ତି ରକ୍‌ ଷ୍ଟାର୍‌ ୟଶ ଜେ। ଆଜି ତାଙ୍କର ୩୫ ତମ ଜନ୍ମଦିନ ଅବସରରେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ କିଛି କଥା ଜାଣନ୍ତୁ…
ୟଶଙ୍କର ପ୍ରକୃତ ନାମ ହେଉଛି ନବୀନ କୁମାର ଗୌଡ଼ା। ତାଙ୍କୁ କେବଳ ସାଉଥ ଇଣ୍ଡଷ୍ଟ୍ରିରେ ଲୋକ ଭଲ ପାଆନ୍ତି ନାହିଁ ବରଂ ସମଗ୍ର ଦେଶର ପ୍ରଶଂସକ ତାଙ୍କ ପାଇଁ ପାଗଳ ପ୍ରାୟ।

ୟଶ କର୍ଣ୍ଣାଟକର ହସନ ଜିଲାରେ ଜନ୍ମଗ୍ରହଣ କରିଥିଲେ। ତେବେ ବହୁତ କମ ଲୋକ ଜାଣନ୍ତି ଯେ ୟଶ ଏକ ମଧ୍ୟବିତ୍ତ ପରିବାରର ଅଟନ୍ତି। ୟଶଙ୍କ ପିତା ଅରୁଣ କୁମାର ଜେ କେଏସ୍‌ଆରଟିସି ପରିବହନ ସେବାରେ କାମ କରୁଥିଲେ। ପରେ ସେ ବିଏମ୍‌ଟିସି ଟ୍ରାନ୍ସପୋର୍ଟରେ ଡ୍ରାଇଭର ଭାବରେ କାମ କରିବା ଆରମ୍ଭ କରିଥିଲେ। ଆଜି ମଧ୍ୟ ଯଶଙ୍କ ବାପା ବସ ଚଳାଉଛନ୍ତି। ସେ ବିଶ୍ୱାସ କରନ୍ତି ଯେ, ଏହି କାର୍ଯ୍ୟ ହେତୁ ସେ ୟଶଙ୍କୁ ଏତେ ବଡ କରିପାରିଲେ ତେଣୁ ସେ ଏହି କାର୍ଯ୍ୟ ଛାଡିବେ ନାହିଁ ।

ୟଶଙ୍କ ପିଲାଦିନ ଦିନ ମୈସୁରରେ ଅତିବାହିତ ହୋଇଥିଲା। ଯେଉଁଠାରେ ସେ ମହାଜନ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ଅଧ୍ୟୟନର କିଛି ସମୟ ପରେ ସେ ବିନାକା ଡ୍ରାମାରେ ଯୋଗ ଦେଇଥିଲେ। ଏହା ପରେ ସେ ପ୍ରସିଦ୍ଧ ଡ୍ରାମିଷ୍ଟ ବି.ଭି କର୍ଣ୍ଣାଥଙ୍କ ଦ୍ୱାରା ର୍ନିମିତ ବେନାକା ଡ୍ରାମାର ଗୋଷ୍ଠୀରେ ଭାଗ ନେଇଥିଲେ । ସେ ନନ୍ଦା ଗୋକୁଲା ନାମକ ଏକ କନ୍ନଡ ଟିଭି ସିରିଏଲରୁ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହା ପରେ ସେ ଅନେକ ଟିଭି ଶୋ’ରେ ଅଭିନୟ କରବା ସହ ଏବେ ବଡ ପରଦାର ନାମୀ ଅଭିନେତା ପାଲଟିଛନ୍ତି।

Share