Categories: ଖେଳ

୫୦୮ ରନ୍‌ର ଅପରାଜିତ ଇନିଂସ ଖେଳି ଚର୍ଚ୍ଚାରେ ୟଶ

ନୂଆଦିଲ୍ଲୀ,୧୪।୧: ୧୩ ବର୍ଷ ବୟସରେ କ୍ରିକେଟ ମଇଦାନରେ ଚମକିଛନ୍ତି ୟଶ ଚାଭଡେ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ୟଶ ମୁମ୍ବାଇ ଇଣ୍ଡିଆନ୍ସ ଜୁନିୟର ଇଣ୍ଟର-ସ୍କୁଲ(ଅଣ୍ଡର ୧୪) କ୍ରିକେଟ ଟୁର୍ନାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ୮୧ ଚୌକା ଏବଂ ୧୮ ଛକା ସହାୟତାରେ ଅପରାଜିତ ୫୦୮ ରନ୍‌ର ଇନିଂସ ଖେଳି ଚର୍ଚ୍ଚାକୁ ଆସିଛନ୍ତି। ଏପରି କାରନାମା କରି ସେ ଇଣ୍ଟର-ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟରେ ସୀମିତ ଓଭର ଫର୍ମାଟରେ ସବୁଠାରୁ ବଡ଼ ସ୍କୋର କରିଥିବା ଖେଳାଳି ପାଲଟିଛନ୍ତି।

ୟଶଙ୍କ ଦମଦାର ଇନିଂସ ବଳରେ ସରସ୍ବତୀ ବିଦ୍ୟାଳୟ ଟିମ୍‌ ନିର୍ଦ୍ଧାରିତ ୪୦ ଓଭରରେ ଉଇକେଟ ନ ହରାଇ ୭୧୪ ରନ୍‌ର ବିଶାଳ ସ୍କୋର କରିଥିଲା। ଜବାବରେ ସିଦ୍ଧେଶ୍ୱର ବିଦ୍ୟାଳୟ ଟିମ୍‌ ୫ ଓଭରରେ ମାତ୍ର ୯ ରନ୍‌ରେ ଅଲଆଉଟ୍‌ ହୋଇଥିଲା।

Share