Categories: ଖେଳ

ପଦାର୍ପଣ ରଣଜୀ ମ୍ୟାଚ୍‌ରେ ଇତିହାସ ରଚିଲେ ଧୂଲ

ନୂଆଦିଲ୍ଲୀ,୨୦।୨: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଅଧିନାୟକ ୟଶ ଧୂଲ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଛନ୍ତି। ୧୮ ମାସ ମଧ୍ୟରେ ଜାତୀୟ ଦଳ ପାଇଁ ଖେଳିବାକୁ ଲକ୍ଷ୍ୟ ରଖିଥିବା ଧୂଲ ପଦାର୍ପଣ ରଣଜୀ ମ୍ୟାଚ୍‌ରେ ସୃଷ୍ଟି କରିଛନ୍ତି ନୂଆ ଇତିହାସ। ଗୁଆହାଟିଠାରେ ତାମିଲନାଡୁ ବିପକ୍ଷରେ ଚାଲିଥିବା ଏଲାଇଟ୍‌ ଗ୍ରୁପ୍‌ ଏଚ୍‌’ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି ଏହି ଡାହାଣହାତୀ ୧୯ ବର୍ଷୀୟ ବ୍ୟାଟର। ପର୍ଦାପଣ ରଣଜୀ ମ୍ୟାଚ୍‌ରେ ଏଭଳି ସଫଳତା ପାଇବାରେ ସେ ଇତିହାସର ୩ୟ ଖେଳାଳି। ତାଙ୍କ ପୂର୍ବରୁ କେବଳ ରଣଜୀ ଇତିହାସରେ କେବଳ ଦୁଇ ଜଣ ଖେଳାଳି ଏଭଳି ସଫଳତା ପାଇଥିଲେ। ସେମାନେ ହେଲେ ଗୁଜରାଟର ନରି କଣ୍ଟ୍ରାକ୍ଟର ଓ ମହାରାଷ୍ଟ୍ରର ଭିରାଗ ଅଓ୍ବାତେ।

ପ୍ରଥମ ଇନିଂସରେ ୧୧୩ ରନ୍‌ କରିଥିବା ଧୂଲ ଦ୍ୱିତୀୟ ପାଳିରେ ମଧ୍ୟରେ ସମାନ ସ୍କୋର କରି ଅପରାଜିତ ରହିଥିଲେ। ପ୍ରଥମ ପାଳିରେ ଦିଲ୍ଲୀ ୪୫୨ ରନ୍‌ କରିଥିବା ବେଳେ ଶାହରୁଖ ଖାନଙ୍କ ବିସ୍ଫୋରକ ୧୯୪ ରନ୍‌ର ଇନିଂସ ଯୋଗୁ ତାମିଲନାଡୁ ୪୨ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଧୂଲ ଓ ଧ୍ରୁବ ଶୋରେ(୧୦୭*)ଙ୍କ ଓପନିଂ ଯୋଡ଼ି ୨୨୮ ରନ୍‌ କରିଥଲା।

Share