ପରଦାକୁ ଆସିବ ‘କେଜିଏଫ-୩’

କନ୍ନଡ ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ-୨’ ବକ୍ସ ଅଫିସରେ ରେକର୍ଡ କରିଛି। ନିକଟରେ ସାଉଥଙ୍କ ସୁପରଷ୍ଟାର ୟଶ ତାଙ୍କ ଫିଲ୍ମର ସଫଳତା ବିଷୟରେ କହିଛନ୍ତି। ଏହା ସହିତ ‘କେଜିଏଫ-୩’ ବିଷୟରେ ମଧ୍ୟ ଖୋଲାଖୋଲି ଭାବେ କହିଛନ୍ତି। ଅଭିନେତା କହିଛନ୍ତି ଯେ ଫିଲ୍ମର ତୃତୀୟ ଭାଗ ‘କେଜିଏଫ-୧’ ଏବଂ ‘କେଜିଏଫ-୨’ ଅପେକ୍ଷା ଅଧିକ ଧମାକା କରିବ।
ରକିଙ୍କ ଜୀବନରେ ବହୁତ କିଛି କାହାଣୀ ବାକି ଅଛି, ଯାହା ତୃତୀୟ ଭାଗରେ ଦେଖାଯିବ। ମୁଁ ଏବଂ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ତୃତୀୟ ଭାଗକୁ ନେଇ ବହୁତ ଚିନ୍ତା କରିଛୁ। ବହୁତଗୁଡ଼ିଏ ଜିନିଷ ଆମେ କେଜିଏଫ-୨ ରେ ଦେଖାଇ ପାରିଲୁ ନାହିଁ। ବର୍ତ୍ତମାନ ଆମେ ସେଗୁଡ଼ିକୁ କେଜିଏଫ-୩ ରେ ଦେଖାଇବାକୁ ଯାଉଛୁ । ତେବେ ଏହା କେବଳ ଏକ ଭାବନା ବୋଲି ସେ କହିଛନ୍ତି।
ୟଶ କହିଛନ୍ତି ଯେ ପ୍ରଶାନ୍ତ ନୀଲ ପୂର୍ବରୁ କେବଳ ଗୋଟିଏ ଭାଗରେ ଏହି ଚଳଚ୍ଚିତ୍ରର କାହାଣୀ ଶେଷ କରିବା ପାଇଁ ଚିନ୍ତା କରିଥିଲେ। କିନ୍ତୁ ପ୍ରଥମ ଭାଗ ଶୁଟିଂ ବେଳେ ପ୍ରଶାନ୍ତ ଏହାକୁ ଦୁଇଭାଗ କରିବାକୁ ସ୍ଥିର କରିଥିଲେ। ଏବେ ଫିଲ୍ମର ଦ୍ୱିତୀୟ ଭାଗ ପରେ ତୃତୀୟ ଭାଗ ନିର୍ମାଣ ହେବ।
ରକିଂ ଷ୍ଟାର୍‌ ୟଶଙ୍କ କେଜିଏଫ-୨ ପ୍ରଥମ ଦିନରେ ହିଁ ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ବକ୍ସ ଅଫିସରେ ଇତିହାସ ରଚିଥିଲା। ପ୍ରଥମ ଦିନରେ ଏହି ଫିଲ୍ମ ପୂରା ଭାରତରେ ୧୩୪.୫ କୋଟି ଏବଂ ୱାଲର୍‌ଡୱାଇଡ ୧୬୫-୧୭୫ କୋଟି ଟଙ୍କା ବ୍ୟବସାୟ କରିଥିଲା। ତେବେ ଦ୍ୱିତୀୟ ଦିନରେ ଫିଲ୍ମଟି ଭାରତରେ ୧୦୦ରୁ ୧୧୫ କୋଟି ଟଙ୍କାର କଲେକ୍ସନ କରିଛି। ଫିଲ୍ମଟି ଦୁଇ ଦିନ ମଧ୍ୟରେ ୱାଲର୍‌ଡୱାଇଡ ବର୍ତ୍ତମାନ ଯାଏ ୧୦୦୦ କୋଟି ଟଙ୍କାର ବ୍ୟବସାୟ କରିସାରିଲାଣି।

Share