୨୦୨୫ରେ ରିଲିଜ ହେବ ‘କେଜିଏଫ୍‌ ୩’

ହାଇଦ୍ରାବାଦ: କେଜିଏଫ୍‌ର ସଫଳତା ପରେ ଏହାର ଦ୍ୱିତୀୟ ଭାଗ ରିଲିଜ ହୋଇଥିଲା। ବକ୍ସ ଅଫିସରେ ‘କେଜିଏଫ୍‌-୨’ ମଧ୍ୟ ସୁପରହିଟ୍‌ ହେବା ସହ ୧୧୦୦ କୋଟି ବ୍ୟବସାୟ କରିଥିଲା। ଫିଲ୍ମର ଶେଷ ଆଡକୁ ଏହାର ତୃତୀୟ ଭାଗ ଆସିବ ବୋଲି କୁହାଯାଇଥିଲା। ଏବେ ଫିଲ୍ମକୁ ନେଇ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି।

ସୁପରଷ୍ଟାର ୟଶଙ୍କୁ ନେଇ ‘କେଜିଏଫ୍‌-୩’ ନିର୍ମାଣ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଜଣାଶୁଣା ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ୨୦୨୩ ଶେଷ ଆଡକୁ ଫିଲ୍ମକୁ ନେଇ ବଡ଼ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ୨୦୨୪ରେ ଏହାର ଶୁଟିଂ ହେବାକୁ ଥିବା ବେଳେ ୨୦୨୫ରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।

Share