ନୂଆଦିଲ୍ଲୀ,୧୨।୨: ରାମରାଜ୍ କଟନ ପକ୍ଷରୁ ଅଭିନେତା ୟଶ୍ଙ୍କୁ କମ୍ପାନୀ ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ରାମରାଜ୍ କଟନର ପ୍ରତିଷ୍ଠାତା କେ. ଆର୍. ନାଗରାଜନଙ୍କ ମତରେ ୟଶ୍ ଯେ କେବଳ ଜଣେ ସୁପରଷ୍ଟାର ତା’ ନୁହେଁ ବରଂ ସେ ଜଣେ ଦୃଢ଼ମନା ଓ ପରିଶ୍ରମୀ କଳାକାର। ସେ ସ୍ତ୍ରୀ ରାଧିକାଙ୍କ ସହ ମିଶି ବିଭିନ୍ନ ଜନ ହିତକର କାର୍ଯ୍ୟ ମଧ୍ୟ କରୁଛନ୍ତି। ଏସବୁ ଗୁଣାବଳୀକୁ ଆଖି ଆଗରେ ରଖି କମ୍ପାନୀ ପକ୍ଷରୁ ତାଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଘୋଷଣା କରାଯାଇଛି। ନାଗରାଜନଙ୍କ ଦୂରଦୃଷ୍ଟି ଫଳରେ ଏହା ଏକ ଛୋଟ ଅନୁଷ୍ଠାନରୁ ବଡ଼ କମ୍ପାନୀରେ ପରିଣତ ହୋଇପାରିଛି। ବର୍ତ୍ତମାନ ୫୦ ହଜାର ବୁଣାକାର ପରିବାରଙ୍କୁ ରୋଜଗାର ସାଙ୍ଗକୁ ନିୟୋଜିତ ମଧ୍ୟ କରିପାରିଛନ୍ତି। କମ୍ପାନୀ ଦୀର୍ଘ ବର୍ଷ ଧରି ବିଶେଷକରି ଧୋତି, ସାର୍ଟ, ଇନର ଓ୍ବେର୍ସ, ନିଟ୍ ଓ୍ବେର୍ସ, ଫେବ୍ରିକ୍ ଏବଂ ପିଲା ତଥା ମହିଳାଙ୍କ ପାଇଁ ବିଭିନ୍ନ ବସ୍ତ୍ର ପ୍ରସ୍ତୁତ ସାଙ୍ଗକୁ ଉଭୟ ବିକ୍ରି ଓ ରପ୍ତାନି ଭଳି କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରୁଛି। ଏହା ସହିତ କମ୍ପାନୀ ସଂସ୍କୃତି, ପରମ୍ପରାକୁ ନେଇ ଉତ୍ପାଦନ କରି କପଡ଼ା ଶିଳ୍ପରେ ଏକ ଉଦାହରଣ ସୃଷ୍ଟି କରିପାରିଛି।