ପରିବାର ବିରୋଧରେ ଯାଇ ଫିଲ୍ମ ଦୁନିଆ ବାଛିଥିଲେ ୟଶ, ଏବେ ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି…

ଫିଲ୍ମ ‘କେଜିଏଫ୍‌-୨’ ବକ୍ସ ଅଫିସରେ ହିଟ୍‌ ହେବାରେ ଲାଗିଛି। ଏହି ଆକ୍ସନ ଫିଲ୍ମର ପ୍ରଥମ ପାର୍ଟ ୨୦୧୮ରେ ରିଲିଜ ହୋଇଥିଲା । ସେବେଠାରୁ ଦର୍ଶକ ଏହାର ଦ୍ୱିତୀୟ ପାର୍ଟକୁ ଅପେକ୍ଷା କରିଥିଲେ। ଫିଲ୍ମଟି ୪ ଦିନ ମଧ୍ୟରେ ୫୦୦ କୋଟି ଟଙ୍କା ଆୟ କରିଛି। ‘କେଜିଏଫ-୧ର ରିଲିଜ ପରେ ୟଶଙ୍କ ଲୋକପ୍ରିୟତାର ବଢିଥିଲା। କେଜିଏଫ୍‌-୨ ୟଶଙ୍କୁ ବହୁ ଉପରକୁ ନେଇଯାଇଛି କହିଲେ ଭୁଲ ହେବ ନାହିଁ। ୟଶ ବର୍ତ୍ତମାନ ସାଉଥ ସିନେମାର ସବୁଠାରୁ ଦାମୀ ଷ୍ଟାରଙ୍କ ମଧ୍ୟରୁ ଜଣେ। ସେ ଗୋଟିଏ ଫିଲ୍ମ ପାଇଁ ୨୦ କୋଟି ଟଙ୍କା ଚାର୍ଜ କରନ୍ତିି। ତେବେ ‘କେଜିଏଫ୍‌- ୨’ ପାଇଁ ସେ ୨୭ କୋଟି ଟଙ୍କା ନେଇଥିବା ଚର୍ଚ୍ଚା ହେଉଛି।
ୟଶଙ୍କ ବାପା କର୍ଣ୍ଣାଟକ ଷ୍ଟେଟ ରୋଡୱେ ବସ୍‌ ଚଳାଉଥିଲେ। ୟଶ ଜଣେ ମଧ୍ୟବିତ୍ତ ଘରର ପିଲା। ୟଶଙ୍କ ପରିବାର ଚାହୁଁଥିଲେ ସେ ପାଠ ପଢି ଚାକିରି କରନ୍ତୁ। କିନ୍ତୁ ୟଶ ପିଲାଦିନରୁ ଜଣେ ଅଭିନେତା ହେବାକୁ ସ୍ବପ୍ନ ଦେଖିଥିଲେ। ପରିବାରର ଇଚ୍ଛା ବିରୋଧରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ। ଆଜି ସେ ବଡ଼ ବଡ଼ ଷ୍ଟାରଙ୍କ ମଧ୍ୟରୁ ଜଣେ।

Share