Categories: ଖେଳ

ଭୋର ୪ଟାରେ ବାପାଙ୍କୁ ଫୋନ୍‌ କରି ଏମିତି କହିଲେ ଯଶସ୍ବୀ ଜୟସ୍ବାଲ

ଡୋମିନିକା,୧୬।୭: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ବାମହାତୀ ତାରକା ଭାରତୀୟ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି। ଜୟସ୍ବାଲଙ୍କ ଡେବ୍ୟୁ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚରେ ସେ ୧୬ ଚୌକା ଓ ଗୋଟିଏ ଛକା ସହାୟତାରେ ୧୭୧ ରନ ସଂଗ୍ରହ କରିଥିଲେ।
ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଜୟସ୍ବାଲ ନିଜର ଶତକ ପୂରଣ କରିଥିଲେ ଏବଂ ଏହା ପରେ ସେ ତାଙ୍କ ପିତାଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ। ଜୟସ୍ବାଲଙ୍କ ପିତା ଭୁପେନ୍ଦ୍ର ନିଜେ ଏହା ପ୍ରକାଶ କରିଛନ୍ତି। ସ୍‌ଏକ ସାକ୍ଷାତକାରରେ ଜୟସ୍ବାଲଙ୍କ ପିତା ଏ ବିଷୟରେ କହିଥିଲେ। ସେ ଶତକ ହାସଲ ପରେ ଭୋର ପ୍ରାୟ ୪.୩୦ରେ ଫୋନ କରିଥିଲେ ଏବଂ ସେ ଭାବପ୍ରବଶ ହୋଇ କାନ୍ଦି ପକାଇଥିଲେ। ମୁଁ ମଧ୍ୟ କାନ୍ଦିଲି। ଏହା ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା। ସେ କ୍ଳାନ୍ତ ଥିବାରୁ ସେ ଅଧିକ ସମୟ କଥା ହୋଇ ନ ଥିଲେ । ସେ କେବଳ ମୋତେ ପଚାରିଥିଲେ, ପାପା, ତୁମେ ଖୁସି ଅଛ ତ?
୧୭୧ ରନର ଚମତ୍କାର ଇନିଂସ ପାଇଁ ଜୟସ୍ବାଲଙ୍କୁ ‘ମ୍ୟାନ୍‌ ଅଫ ଦି ମ୍ୟାଚ’ ଆଖ୍ୟା ଦିଆଯାଇଥିଲା। ସେ ଡେବ୍ୟୁ ମ୍ୟାଚରେ ‘ମ୍ୟାନ୍‌ ଅଫ ଦି ମ୍ୟାଚ’ ଟାଇଟଲ ଜିତିବାରେ ଅଷ୍ଟମ ଭାରତୀୟ ଖେଳାଳି ହୋଇଥିଲେ। ଏହି ସିରିଜ ପୂର୍ବରୁ ଖେଳାଯାଇଥିବା ଆଇପିଏଲ ରେ ଜୟସ୍ବାଲ ବହୁତ ଭଲ ଫର୍ମରେ ଥିଲେ। ସେ ଏହି ଟୁର୍ନାମେଣ୍ଟରେ ଗୋଟିଏ ଶତକ ହାସଲ କରିଥିଲେ।

Share