Categories: ଖେଳ

ଦ୍ୱିତୀୟ ଟେଷ୍ଟରେ ଦମ୍‌ଦାର ଶତକ ହାସଲ କଲେ ଯଶସ୍ବୀ

ବିଶାଖାପାଟନମ୍‌,୨।୨: ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଶୁକ୍ରବାରଠାରୁ ବିଶାଖାପାଟନମ୍‌ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଭାରତର ବ୍ୟାଟିଂ ଜାରି ରହିଛି। ଏହି ସମୟରେ ଯଶସ୍ବୀ ଜସଓ୍ବାଲ ଟିମ ଇଣ୍ଡିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ତାଙ୍କ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ପୂରଣ କରିଛନ୍ତି। ଏହି ଖବର ଲେଖିବା ପର୍ଯ୍ୟନ୍ତ ଭାରତୀୟ ଦଳ ତିନୋଟି ଉଇକେଟ୍‌ ହରାଇଛି।

ରୋହିତ ଶର୍ମା ଏବଂ ଯଶସ୍ବୀ ଓପନିଙ୍ଗ୍‌ କରିଥିଲେ। ରୋହିତ ୧୪ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। କିନ୍ତୁ ଯଶାସଭି ତାଙ୍କର ପଦର୍ଶନ ଜାରି ରଖିଛନ୍ତି। ଖବର ଲେଖିବା ପର୍ଯ୍ୟନ୍ତ ସେ ୧୫୮ ବଲ୍‌ରେ ୧୧ ଚୌକା, ୩ ଛକା ବଳରେ ୧୦୪ ରନ ସ୍କୋର କରିଛନ୍ତି। ଯଶସ୍ବୀଙ୍କ ଚମତ୍କାର ଇନିଂସ ଯୋଗୁ ଭାରତ ୫୧ ଓଭରରେ ୧୮୦ ରନ ସଂଗ୍ରହ କରିଛି।

Share