Categories: ଖେଳ

ପଦାର୍ପଣ ମ୍ୟାଚ୍‌ରେ ରେକର୍ଡ କଲେ ଯଶସ୍ବୀ ଜୟସ୍ବାଲ

ଡୋମିନିକା,୧୪।୭: ମୁମ୍ବାଇର ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ଚମତ୍କାର ଶତକ ହାସଲ କରିଛନ୍ତି। ଜୟସ୍ବାଲ ଡୋମିନିକାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଡେବ୍ୟୁ କରିଥିଲେ। ଜୟସ୍ବାଲି ଅଧିନାୟକ ରୋହିତ ଶର୍ମାଙ୍କ ସହ ୨୨୯ ରନ ଭାଗିଦାରୀ ବାଣ୍ଟିଥିଲେ। ୧୦୪ ରନ ସ୍କୋର କରିବା ପରେ ରୋହିତ ଆଉଟ ହୋଇଥିଲେ। ଜୟସ୍ବାଲ ଏହି ମ୍ୟାଚ୍‌ରେ ଅନେକ ରେକର୍ଡ ହାସଲ କରିଛନ୍ତି। ସେ ହେଉଛନ୍ତି ୧୭ତମ ଭାରତୀୟ ବ୍ୟାଟ୍ସମ୍ୟାନ, ଯିଏ ଡେବ୍ୟୁରେ ଶତକ ହାସଲ କରିଛନ୍ତି।
ଜୟସ୍ବାଲହେଉଛନ୍ତି ତୃତୀୟ ଭାରତୀୟ ଓପନର୍‌ ଯିଏକି ଡେବ୍ୟୁରେ ଶତକ ହାସଲ କରିଛନ୍ତି। ଶିଖର ଧାୱନ ୨୦୧୩ରେ ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ଏବଂ ପୃଥ୍ବୀ ଶ’ ୨୦୧୮ରେ ରାଜକୋଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏହା କରିଥିଲେ। ଜୟସ୍ବାଲ ବିଦେଶୀ ମାଟିରେ ଡେବ୍ୟୁ କରି ପ୍ରଥମ ଟେଷ୍ଟରେ ଏକ ଶତକ ସ୍କୋର କରି ଇତିହାସ ସୃଷ୍ଟି କରିଛନ୍ତି। ସେ ଏହା କରିଥିବା ପ୍ରଥମ ଭାରତୀୟ ଓପନର। କେବଳ ଏତିକି ନୁହେଁ, ୱେଷ୍ଟଇଣ୍ଡିଜ ବିପକ୍ଷରେ ଡେବ୍ୟୁରେ ସେ ଶତକ ହାସଲ କରିଥିବା ତୃତୀୟ ଖେଳାଳି। ୨୦୧୩ରେ କୋଲକାତାରେ ରୋହିତ ଶର୍ମା ୧୭୭ ରନ ସଂଗ୍ରହ କରିଥିଲେ। ଏଥି ସହିତ ପୃଥ୍ବୀ ଶ’ ୨୦୧୩ରେ ରାଜକୋଟରେ ୧୩୪ ରନ ସ୍କୋର କରିଥିଲେ।

Share