ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ: ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩୩୬/୬

ବିଖାଖାପାଟଣା,୨।୨: ବିଶାଖାପାଟଣା ଡ. ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ଉଇକେଟ ହରାଇ ୩୩୬ ରନ୍‌ କରିଛି । ଯଶସ୍ବୀ ଜୟସ୍ବାଲ ପୂରାଦିନ ବ୍ୟାଟିଂକରି ୧୭୯ ରନ୍‌ କରି ଅପରାଜିତ ଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ୫ ରନ୍‌ କରି କ୍ରିଜ୍‌ରେ ରହିଛନ୍ତି।

ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ ବ୍ୟାଟିଂ ଆରମ୍ଭ କରିଥିଲେ। ହେଲେ ରୋହିତ ୧୪ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ସେହିପରି ଶୁବମନ ଗିଲ୍‌ ୩୪ ରନ୍‌ କରିଥିବା ବେଳେ ଶ୍ରେୟସ ଆୟର ୨୭ ଏବଂ ରଜତ ପଟ୍ଟିଦାର ୩୨ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଅନ୍ୟପକ୍ଷେ ଅକ୍ଷର ପଟେଲ ୨୭ ରନ୍‌ କରିଥିବା ବେଳେ ଜୟସ୍ବାଲ ଧୈର୍ଯ୍ୟର ସହ ବ୍ୟାଟିଂକରି ନିଜ ଶତକ ପୂରଣ କରିଥିଲେ। ଶତକ ପୂରଣ କରିବା ପରେ ମଧ୍ୟ ସେ ସତର୍କତାର ସହ ଖେଳ ପ୍ରଦର୍ଶନ କରି ନିଜ ସ୍କୋରକୁ ଆଗକୁ ନେଇଥିଲେ। ପ୍ରଥମ ଦିନ ଖେଳ ସୁଦ୍ଧା ଜୟସ୍ବାଲ ୨୫୭ ବଲ୍‌ ଖେଳି ୧୭ ଚଉକା ଏବଂ ୫ ଛକା ସହାୟତାରେ ୧୭୯ ରନ୍‌ କରି ଅପରାଜିତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ...

ବୁଲେଟରେ ଆସି ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଆଉ ତା’ପରେ…

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା...

ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଜମି କିଣାବିକାରେ ଜାଲିଆତି କାରବାର ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ (ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର ଅଫିସ୍‌)ରେ...

ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ...

ବଲାଙ୍ଗୀର ଡବଲ ମର୍ଡର ଘଟଣା: ମିଳିଲା ଯୁବତୀ-ଯୁବକଙ୍କ ପରିଚୟ

ବଲାଙ୍ଗୀର,୨୬ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତଣ୍ଡାମୁଣ୍ଡା ଜଙ୍ଗଲର ଡବଲ ମର୍ଡର ଘଟଣାରେ ଶନିବାର ମୃତ ଯୁବତୀ ଯୁବକଙ୍କ ପରିଚୟ ମିଳିଛି। ଉଭୟ ଝାଡ଼ଖଣ୍ଡ ରାଜ୍ୟ...

ବ୍ରିଜ ଉପରେ ସ୍କୁଟିରଖି ନଦୀକୁ ଯୁବକ ଡେଇଁବା ଘଟଣା: ହାଇଦ୍ରାବାଦରେ ଥାଇ ବାପାଙ୍କ ସହ ହେଲେ କଥା

ଗଞ୍ଜାମ,୨୬।୧୦(ବିଦ୍ୟାଧର ସାହୁ ): ଗତ ୨୩ ତାରିଖରେ ଜଣେ ଯୁବକ ନିଜ ସ୍କୁଟି ଓ ଚପଲ ବ୍ରିଜ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିବା ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri