ରେକର୍ଡ ଭାଙ୍ଗିଲା ‘ଯଶୋଦା’

ମୁମ୍ବାଇ: ବିଗ୍‌ ବି’ଙ୍କ ଫିଲ୍ମ ‘ଉଞ୍ଚାଇ’ ସହ ହଲ୍‌ରେ ଆଉ ତିନୋଟି ଫିଲ୍ମ ରିଲିଜ ହୋଇଛି। ହଲିଉଡ୍‌ ଫିଲ୍ମ ‘ବ୍ଲାକ୍‌ ପାନ୍ଥର୍‌-୨’ ଏବଂ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ‘ଯଶୋଦା’ ବିଷୟରେ ଅନେକ ଚର୍ଚ୍ଚା ହେଉଛି। ଏହି ତିନୋଟି ଫିଲ୍ମ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି। ବିଶେଷକରି ‘ଯଶୋଦା’କୁ ନେଇ ବେଶ୍‌ ଚର୍ଚ୍ଚା।

ସାମନ୍ଥାଙ୍କ ଫିଲ୍ମ ‘ଯଶୋଦା’ ଦୁଇଦିନରେ ଭଲ ରୋଜଗାର କରିଛି। ଫିଲ୍ମଟି ୩୦ରୁ ୨୫ କୋଟି ବ୍ୟୟରେ ନିର୍ମିତ ହୋଇଥିବା ବେଳେ ପ୍ରଥମ ଦିନରେ ୩.୦୬ କୋଟି ଆୟ କରିଥିଲା। ସେହିପରି ଶନିବାର ଅର୍ଥାତ୍‌ ୨ୟ ଦିନରେ ୪ କୋଟି ବ୍ୟବସାୟ କରିଛି। ବର୍ତ୍ତମାନ ଦୁଇଦିନରେ ଫିଲ୍ମର ଆୟ ୭.୬ କୋଟିରେ ପହଞ୍ଚିଛି। ଫିଲ୍ମଟି ଭାବପ୍ରବଣତା ଏବଂ ନାଟକରେ ପରିପୂର୍ଣ୍ଣ ଥିବାବେଳେ ସାମନ୍ଥାଙ୍କ ଆକ୍ସନ ସମସ୍ତଙ୍କ ମନ ଜିଣିଛି।

ଏହି ଆକ୍ସନ-ଥ୍ରୀଲରର କାହାଣୀ ସରୋଗେସି ଉପରେ ଆଧାରିତ। ଟ୍ରେଲର ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ସାମନ୍ଥାଙ୍କ ଫିଲ୍ମର କ୍ରେଜ ବୃଦ୍ଧି ପାଇଥିଲା।
ରବିବାର ଥିବାରୁ ଆଜି ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଅର୍ଥାତ୍‌ ଫିଲ୍ମଟି ଆହୁରି ଭଲ ଆୟ କରିବ ବୋଲି ମଧ୍ୟ କୁହାଯାଉଛି।

Share