Categories: ଖେଳ

ଯଶୋଦାଙ୍କ ହ୍ୟାଟ୍ରିକ: ଓଡ଼ିଶା ବିଜୟୀ

ଭୁବନେଶ୍ୱର, ୨୨।୬,(ତପନ ସ୍ବାଇଁ): ପଞ୍ଜାବର ଅମୃତସରରେ ଚାଲିଥିବା ହିରୋ ଜାତୀୟ ସିନିୟର ମହିଳା ଫୁଟବଲ ଟୁର୍ନାମେଣ୍ଟ ଫାଇନାଲ ରାଉଣ୍ଡର ବୁଧବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୪-୦ ଗୋଲରେ କର୍ନାଟକକୁ ହରାଇ ଦେଇଛି। ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଏହି ମ୍ୟାଚରେ ଓଡ଼ିଶା ପକ୍ଷରୁ ଅଧିନାୟିକା ଯଶୋଦା ମୁଣ୍ଡା ଏକାକୀ ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିଲେ। ସେ ମ୍ୟାଚର ୩୪, ୩୮ ଓ ୫୫ତମ ମିନିଟରେ ଗୋଲ ତିନୋଟି ଦେଇଥିଲେ। ଏହାକୁ ମିଶାଇ ଚଳିତ ଟୁର୍ନାମେଣ୍ଟରେ ଯଶୋଦାଙ୍କ ଗୋଲ ସଂଖ୍ୟା ୧୦ରେ ପହଞ୍ଚତ୍ଛି। ମାଳତୀ ମୁଣ୍ଡା ୪୪ତମ ମିନିଟରେ ଅନ୍ୟ ଗୋଲଟି ସ୍କୋର କରିଥିଲେ। ଗ୍ରୁପ୍‌ ‘ଏ’ରେ ଓଡ଼ିଶା ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ସାରିଥିବାବେଳେ ୩ ବିଜୟ ଓ ୧ ପରାଜୟ ସହ ୯ ପଏଣ୍ଟ ପାଇଛି। ଫଳରେ ଦଳ ନିଜ ଗ୍ରୁପ୍‌ରେ ତାମିଲନାଡ଼ୁ (୧୨ ପଏଣ୍ଟ) ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରତିଯୋଗିତାର ଅନ୍ୟ ଏକ ମ୍ୟାଚରେ ତାମିଲନାଡ଼ୁ ୩-୦ ଗୋଲରେ ଚଣ୍ଡିଗଡ଼କୁ ହରାଇ ଥିବାବେଳେ ଝାଡ଼ଖଣ୍ଡ ଓ ପଞ୍ଜାବ ମ୍ୟାଚ ୧-୧ରେ ଡ୍ର ରହିଛି।

Share