Categories: ଜାତୀୟ

ଅଜବ ଶେଷ ଇଚ୍ଛା ସହ ଆତ୍ମହତ୍ୟା କଲେ ୟଶଙ୍କ ଫ୍ୟାନ

ବାଙ୍ଗାଲୋର,୨୦।୨: କର୍ନାଟକର ମାଣ୍ଡିଆ ଜିଲା ଅଧୀନ କୋଡିଡୋଡି ଗାଁରେ ଜଣେ ୨୫ ବର୍ଷୀୟ ଯୁବକ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମାଣ୍ଡିଆ ପୋଲିସ ଅନୁଯାୟୀ, ମୃତକଙ୍କ ନାମ ରାମାକ୍ରିଷ୍ଣା। ସେ ‘କେଜିଏଫ୍‌’ ଷ୍ଟାର ୟଶ ଓ କର୍ନାଟକର ବିରୋଧୀ କଂଗ୍ରେସ ଦଳର ନେତା ସିଦ୍ଦରମୟାଙ୍କ ବଡ଼ଫ୍ୟାନ ଥିଲେ।

ରାମାକ୍ରିଷ୍ଣା ପଛରେ ଛାଡ଼ି ଯାଇଛନ୍ତି ଏକ ଫର୍ଦ୍ଧ ବିଶିଷ୍ଟ ସୁଇସାଇଡ୍‌ ନୋଟ୍‌। ନିଜକୁ ସିଦ୍ଦରମୟା ଓ ୟଶଙ୍କ ବଡ଼ ଫ୍ୟାନ ଦାବି କରିଥିବା ରାମାକ୍ରିଷ୍ଣା ସୁଇସାଇଡ୍‌ ନୋଟ୍‌ରେ ତାଙ୍କର ଦୁଇଟି ଶେଷ ଇଚ୍ଛା ଜାହିର କରିଛନ୍ତି। ସେ ଚାହଁୁ ଥିଲେ ତାଙ୍କ ଶବ ସତ୍କାରବେଳେ ଉଭୟେ ଉପସ୍ଥିତ ରୁହନ୍ତୁ। ଏହା ଶେଷ ଇଚ୍ଛା ବୋଲି କନ୍ନଡ ଭାଷାରେ ସେ ଉଲ୍ଲେଖ କରିଥିଲେ।

ଏ ଘଟଣା ସମ୍ପର୍କରେ ଜାଣିବା ପରେ ବିରୋଧୀ ଦଳ ନେତା ସିଦ୍ଦରମୟା କୋଡିଡୋଡି ଗ୍ରାମକୁ ଯାଇ ରାମାକ୍ରିଷ୍ଣାଙ୍କ ଶବ ସତ୍କାର ବେଳେ ଉପସ୍ଥିତ ହୋଇଥିଲେ। ”ତାଙ୍କୁ କେବେ ଭେଟିଛି କି ନାହଁି ମୁଁ ଜାଣିପାରୁନି। କିନ୍ତୁ ଏଭଳି ପରିସ୍ଥିତିରେ ଫ୍ୟାନଙ୍କୁ ଭେଟିବା ଅତ୍ୟନ୍ତ ଦୁଃଖ ଦାୟକ। ଏଭଳି ଯୁବ ବୟସରେ କେହି ଜୀବନ ଶେଷ କରିବା ଉଚିତ ନୁହେଁ “ ବୋଲି ସିଦ୍ଦରମୟା କହିଛନ୍ତି।

Share