ଘୋଷଣା ହେଲା କେଜିଏଫ୍‌: ଚାପ୍ଟର-୨ର ରିଲିଜ ତାରିଖ

ଚେନ୍ନାଇ,୨୯ା୧- ଦେଶର ସବୁଠୁ ପ୍ରତିକ୍ଷୀତ ଫିଲ୍ମ କେଜିଏଫ୍‌: ଚାପ୍ଟର-୨ର ରିଲିଜ ତାରିଖ ଶୁକ୍ରବାର ଘୋଷଣା ହୋଇଯାଇଛି। ପୂରା ଦେଶରେ ଦର୍ଶକଙ୍କ ଭଲପାଇବା ହାସଲ କରିଥିବା କେଜିଏଫ୍‌: ଚାପ୍ଟର-୧ର ଏହା ସିକୁଏଲ। ଆସନ୍ତା ଜୁଲାଇ ୧୬ ତାରିଖରେ ରିଲିଜ ହେବ। ପ୍ରଶାନ୍ଥ ନିଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମର ଶୁଟିଂ ଡିସେମ୍ବରରେ ଶେଷ ହୋଇଥିଲା। ଏବେ ରକି ଭାଇ ଜଣାଶୁଣା ୟଶଙ୍କ ଜନ୍ମଦିନରେ ରିଲିଜ ହୋଇଥିଲା ଫିଲ୍ମର ଟ୍ରିଜର, ଯାହା ଭାଙ୍ଗି ଦେଇଥିଲା ଭିଓର୍ସର ସମସ୍ତ ରେକର୍ଡ। ଫିଲ୍ମରେ ୟଶଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ରବୀନା ଟଣ୍ଡନ, ପ୍ରକାଶ ରାଜ, ଶ୍ରୀନିଧି ଶେଟ୍ଟି ମୁଖ୍ୟ ଭୂମିକାରେ ନଜର ଆସିବେ।

Share